କେନ୍ଦ୍ରାପଡାର ପୂର୍ବତନ ବିଧାୟକଙ୍କ ପରଲୋକ

Oct 19, 2024 - 12:43
 0  1
କେନ୍ଦ୍ରାପଡାର ପୂର୍ବତନ ବିଧାୟକଙ୍କ ପରଲୋକ

୬୫ବର୍ଷ ବୟସରେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡାଙ୍କର ପରଲୋକ । ଦୀର୍ଘ ଦିନଧରି ସେ ଅସୁସ୍ଥ ଥିବା ବେଳେ ଘରୋଇ ହାସପାତାଳରେ ହୋଇଥିଲେ ଭର୍ତ୍ତି । ଆଜି ସକାଳ ସାଢେ ୯ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ ସଲାରୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଉତ୍କଳ କେଶରୀ ପରିଡା। ସେ ଛାତ୍ର ଜୀବନରୁ ରାଜନୀତିରେ କରିଥିଲେ ପ୍ରବେଶ । ସାଲେପୁର କଲେଜ ଛାତ୍ର ସଂସଦ ସଭାପତି ଭାବେ ସେ ହୋଇଥିଲେ ନିର୍ବାଚିତ । ପରେ ଡେରାବିଶ ବ୍ଲକ ଚେୟାରମ୍ୟାନ ଭାବେ କରିଥିଲେ କାର୍ଯ୍ୟ ।୨୦୦୪ ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡା ର ବିଧାୟକ ଭାବେ ହୋଇଥିଲେ ନିର୍ବାଚିତ । ୨୦୧୯ ରୁ ୨୦୨୩ ପର୍ୟ୍ୟନ୍ତ କେନ୍ଦ୍ରାପଡା ଜିଲା ବିଜେଡି ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ ଉତ୍କଳ କେଶରୀ ପରିଡା l ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି  l

What's Your Reaction?

like

dislike

love

funny

angry

sad

wow