କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
The main accused in the tragic Pattamundai student death case has been arrested by the police from Chennai. He has been identified as Pramod Behera, son of Ganeshwar Behera — a friend of the deceased girl. According to sources, he hails from Teroi village under Bilikana panchayat. Yesterday, the girl’s last rites were performed. In the presence of the district SP, a forensic team is now set to visit Kathiapada for further investigation. The incident occurred last Wednesday when a young woman set herself ablaze by pouring kerosene on her body, reportedly due to repeated threats from her former boyfriend. As per reports, the accused had shared her obscene photos on social media and blackmailed her after their relationship ended. The girl's family had tried to file a police complaint, but instead of registering an FIR, the ASI advised them to block the boy on social media and delete the photos. Driven to despair due to ongoing harassment and blackmail, the girl ultimately took the extreme step.
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଚେନ୍ନାଇରୁ ଗିରଫ କରିଛି ପୁଲିସ। ମୁଖ୍ୟ ଅଭିଯୁକ୍ତ ହେଲା ଛାତ୍ରୀଙ୍କର ପୁରୁଷ ବନ୍ଧୁ ଗଣେଶ୍ବର ବେହେରାଙ୍କ ପୁଅ ପ୍ରମୋଦ ବେହେରା। ତାର ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁରେ ବୋଲି ମିଳିଛି ସୂଚନା।ଗତକାଲି ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ସେପଟେ ଏସ୍ପି ଙ୍କ ଉପସ୍ଥିତିରେ ଅଧିକ ତଦନ୍ତ ପାଇଁ କାଠିଆପଡା ଯିବ ଫୋରେନସିକ ଦଳ। ସୂଚନାଯୋଗ୍ୟ ଯେ,ଗତ ବୁଧବାର ଦିନ ଜଣେ ଯୁବତୀ ପୂର୍ବତନ ପ୍ରେମିକଙ୍କ ବାରମ୍ବାର ଧମକର ଶିକାର ହେବା ପରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ କରିଥିଲେ ଆମ୍ତହତ୍ୟା। ରିପୋର୍ଟ ଅନୁଯାୟୀ, ପ୍ରେମିକ ଜଣକ ତାଙ୍କର ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ କରିଥିଲେ ପ୍ରସାରିତ ଏବଂ ତାଙ୍କ ସହିତ ସମ୍ପର୍କ ଭାଙ୍ଗିବା ପରେ ତାଙ୍କୁ କରିଥିଲେ ବ୍ଲାକମେଲ୍।ଏହା ପରେ ଯୁବକଙ୍କ ବିରୋଧରେ ଅଭିଯୋଗ ଦାଏର କରିବାକୁ ଚେଷ୍ଟା କରିଥିଲେ ଯୁବତୀଙ୍କ ପରିବାର ସଦସ୍ୟ। କିନ୍ତୁ ଏଫଆଇଆର ଦାଖଲ କରିବା ପରିବର୍ତ୍ତେ, ତାଙ୍କୁ ସମସ୍ତ ସାମାଜିକ ଗଣମାଧ୍ୟମ ସାଇଟରୁ ପୁଅକୁ ବ୍ଲକ୍ କରିବାକୁ କହିଥିଲେ ଏଏସଆଇ।ଶେଷରେ ବାରମ୍ବାର ବ୍ଲାକମେଲର ହତାଶ ହୋଇ ଏପରି କଠୋର ପଦକ୍ଷେପ ନେଇଥିଲେ ଛାତ୍ରୀ।
What's Your Reaction?