ଖଣି ଉପନିର୍ଦ୍ଦେଶକଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ
ବେଆଇନ ସଂପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ କଟକ କାର୍ଯ୍ୟାଳୟ, ଭୁବନେଶ୍ୱର ଶ୍ରୀବିହାର ଘର ସମେତ ଏକାଧିକ ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ଦେବବ୍ରତ ମହାନ୍ତିଙ୍କ ଘରୁ ଜବତ କରାଯାଇଛି ୪ କୋଟି ଟଙ୍କା। ଏଥିସହ ତାଙ୍କ କାର୍ଯ୍ୟାଳୟ ଡ୍ରୟରରୁ ୧ ଲକ୍ଷ ୨୦ ହଜାର ଟଙ୍କା ହୋଇଛି ଜବତ। ଖାଲି ଟଙ୍କା ନୁହେଁ ୧୩୦ ଗ୍ରାମ୍ ସୁନା ମଧ୍ୟ ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ।ସେହିପରି ଭୁବନେଶ୍ବର ପାହାଳରେ ଠାବ ହୋଇଛି ୨୪ ଶହ ବର୍ଗଫୁଟର ଏକ ଦୁଇ ମହଲା ଘର।କୋଲ ଡିପୋ ସୁରୁଖୁରୁରେ ଚଳାଇବା ପାଇଁ ଜଣେ ବ୍ୟବସାୟୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେବବ୍ରତଙ୍କୁ ଧରିଥିଲା ଭିଜିଲାନ୍ସ ।ଜଣେ ବାବୁଙ୍କ ଘରୁ ୪ କୋଟିରୁ ଅଧିକ ଟଙ୍କା ମିଳିବା ଘଟଣା ଓଡ଼ିଶା ଭିଜିଲାନ୍ସ ଇତିହାସରେ ହୋଇଛି ରେକର୍ଡ ।
What's Your Reaction?