ରାଜ୍ୟରେ ବ୍ୟାନ୍ ହେବନି ପାନ ମସଲା
ରାଜ୍ୟରେ ପାନ ମସଲା ଉପରେ ଲାଗିବ ନାହିଁ ପ୍ରତିବନ୍ଧକ। ଏଥିରେ ଟବାକୋ ଏବଂ ନିକୋଟିନ ନଥିବାରୁ ଏହା ଉପରେ ପ୍ରତିବନ୍ଧକ ଲାଗିବ ନାହିଁ ବୋଲି ସ୍ପଷ୍ଟୀକରଣ ରଖିଛି ସ୍ବାସ୍ଥ୍ୟ ବିଭାଗ।ସ୍ବାସ୍ଥ୍ୟ ବିଭାଗ ସଚିବ ଏନେଇ ଅର୍ଥ ବିଭାଗକୁ ଚିଠି ଲେଖି କରିଛନ୍ତି ଅବଗତ। ତମାକୁ ନିଷେଧ ନେଇ ୨୦୧୩ ପୁରୁଣା ଆଇନରେ ସଂଶୋଧନ କରି ଗତ ଜାନୁଆରୀ ୨୧ରେ ନୂଆ ଆଇନ ଲାଗୁ କରିଛନ୍ତି ସରକାର। ନୁଆ ଆଇନରେ ପାନମସାଲା, ଜର୍ଦା, ପ୍ରସ୍ତୁତି, ବିକ୍ରୀ ଓ ଗଚ୍ଛିତ ରଖିବା ଉପରେ ଲଗାଯାଇଛି ରୋକ ।ସୂଚନାଯୋଗ୍ୟ ଯେ,ରାଜ୍ୟରେ ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର।
What's Your Reaction?