ଅଜିତ ପାୱାରଙ୍କ ବିମାନର ବ୍ଲାକବକ୍ସ ଉଦ୍ଧାର
ପଞ୍ଚଭୂତରେ ବିଲୀନ ହୋଇଛନ୍ତି ମହାରାଷ୍ଟ୍ରର ଶକ୍ତିଶାଳୀ ନେତା ଅଜିତ୍ ପାଓ୍ୱାର । ଏବେ ବିମାନ ଦୁର୍ଘଟଣାରେ ଆସିଛି ବଡ଼ ଖବର । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କହିଛି ଯେ ,ଜାନୁଆରୀ ୨୮ ତାରିଖରେ ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏବଂ ଏଥିରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିବା ବିମାନର ବ୍ଲାକ ବକ୍ସ କରାଯାଇଛି ଉଦ୍ଧାର।ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ସମୟସୀମା ମଧ୍ୟରେ ତଦନ୍ତ ସୁନିଶ୍ଚିତ କରିବା ଏକ ସର୍ବୋଚ୍ଚ ପ୍ରାଥମିକତା ଅଟେ। ଦ୍ରୁତ ଗତିରେ ଚାଲିଛି ଏହି ଘଟଣାରେ ତଦନ୍ତ। ଦୁର୍ଘଟଣାର କାରଣ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି କହିଛି ମନ୍ତ୍ରଣାଳୟ ।
What's Your Reaction?