ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପର ରୂପ

Aug 16, 2024 - 12:07
 0  13
ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପର ରୂପ

ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ନେଇପାରେ ଲଘୁଚାପର ରୂପ। ପ୍ରଭାରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ଯର ବିଭିନ୍ନ ସ୍ଥାନରେ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।୨୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ବର୍ଷା ଆଶଙ୍କା । ତେବେ ଆଜି ପାଇଁ ୧୨ ଜିଲ୍ଲା ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାକୁ ଜାରି ହୋଇଛି ହଳଦିଆ ସତର୍କତା। ଏସବୁ ଜିଲ୍ଲା ଗୁଡ଼ିକରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

What's Your Reaction?

like

dislike

love

funny

angry

sad

wow