ଚିକେନ୍ ସହ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ମୃତ

Three members of a family died after consuming chicken curry with spinach. This tragic incident has been reported from Itapa village under Kantabania police station in Dhenkanal district. According to information, on Sunday late night, Golapa Sahu, wife of Antaryami Sahu, and her two sons Pintu and Lintu Sahu of Itapa village had dinner consisting of chicken and spinach before going to sleep. When no one opened the door the next morning, neighbours grew suspicious and broke open the door. All three were found in critical condition and were rushed to Angul District Headquarters Hospital, where doctors declared them dead. Whether the deaths were caused due to food poisoning or any other reason is yet to be confirmed. Police from Angul and Kantabania have launched an investigation. The family is awaiting the post-mortem and preliminary investigation reports.

Dec 22, 2025 - 12:23
 0  1
ଚିକେନ୍ ସହ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ମୃତ

ଚିକେନ୍ ସହ ପାଳଙ୍ଗ ଶାଗ ଖାଇ ଗୋଟିଏ ପରିବାରର ୩ ମୃତ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପା ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା ।ସୂଚନା ଅନୁଯାୟୀ,ରବିବାର ବିଳମ୍ବିତ ରାତିରେ ଚିକେନ୍ ପାଳଙ୍ଗ ଶାଗ ଖାଇ ଶୋଇଥିଲେ ଇଟାପ ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଗୋଲାପ ସାହୁ, ଦୁଇ ପୁଅ ପିଣ୍ଟୁ ଓ ଲିଣ୍ଟୁ ସାହୁ । ସକାଳୁ ସକାଳୁ ଘରର କବାଟ ଖୋଲିନଥିଲେ କୌଣସି ଲୋକ। ପଡୋଶୀ ଲୋକଙ୍କ ସନ୍ଦେହ ହେବାରୁ ଘରର କବାଟ ଖୋଲିଥିଲେ । ଏହାପରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରିଥିଲେ ଭର୍ତ୍ତି।  ହାସପାତାଳରେ ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ଖାଦ୍ୟରେ ବିଷକ୍ରିୟା  ବା ଅନ୍ୟ କେଉଁ କାରଣରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି ,ସେନେଇ ଘଟଣାର ତଦନ୍ତ ଜାରି ରଖିଛି ଅନୁଗୋଳ ଓ କଣ୍ଟାବଣିଆ ପୋଲିସ । ବ୍ୟବଚ୍ଛେଦ ଏବଂ ପ୍ରାଥମିକ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ ।

What's Your Reaction?

like

dislike

love

funny

angry

sad

wow