ଛୋଟ ପିଲାଙ୍କ ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ ମିଳିବ ଫାଇଦା...

Sep 18, 2026 - 14:39
ଛୋଟ ପିଲାଙ୍କ ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ ମିଳିବ ଫାଇଦା...

ଏହାଦ୍ୱାରା ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କ ପାସପୋର୍ଟର ବୈଧତାକୁ ବଢ଼ାଇ ଦିଆଯାଇଛି ।

ନୂଆ ନିୟମ ଅନୁସାରେ, ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଜାରି ହେଉଥିବା ୩୬ ପୃଷ୍ଠାର ସାଧାରଣ ପାସପୋର୍ଟ ଏବେ ୫ ବର୍ଷ କିମ୍ବା ପିଲାର ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ, ଯେଉଁଟି ପ୍ରଥମେ ଆସିବ, ସେତେଦିନ ପର୍ଯ୍ୟନ୍ତ ବୈଧ ରହିବ । 

କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ପାସପୋର୍ଟକୁ ନେଇ ନୂଆ ନିୟମ ଜାରି କରିଛନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬କୁ ନୋଟିଫାଏ କରାଯାଇଛି । ଏହାଦ୍ୱାରା ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କ ପାସପୋର୍ଟର ବୈଧତାକୁ ବଢ଼ାଇ ଦିଆଯାଇଛି । ନୂଆ ନିୟମ ଅନୁସାରେ, ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଜାରି ହେଉଥିବା ୩୬ ପୃଷ୍ଠାର ସାଧାରଣ ପାସପୋର୍ଟ ଏବେ ୫ ବର୍ଷ କିମ୍ବା ପିଲାର ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ, ଯେଉଁଟି ପ୍ରଥମେ ଆସିବ, ସେତେଦିନ ପର୍ଯ୍ୟନ୍ତ ବୈଧ ରହିବ ।

ପୂର୍ବରୁ ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କ ପାସପୋର୍ଟ ୫ ବର୍ଷ କିମ୍ବା ପିଲାର ୧୫ ବର୍ଷ ବୟସ ପର୍ଯ୍ୟନ୍ତ ବୈଧ ରହୁଥିଲା । ଉଦାହରଣସ୍ୱରୂପ, ୧୨ ବର୍ଷ ବୟସରେ ପାସପୋର୍ଟ କରାଇଲେ ଏହା କେବଳ ୧୫ ବର୍ଷ ବୟସ ପର୍ଯ୍ୟନ୍ତ, ଅର୍ଥାତ୍‌ ପ୍ରାୟ ୩ ବର୍ଷ ପାଇଁ ବୈଧ ରହୁଥିଲା। ୧୫ ବର୍ଷ ପୂରଣ ହେବା ପରେ ପିଲାଙ୍କୁ ପୁଣି ନୂଆ ପାସପୋର୍ଟ କରାଇବାକୁ ପଡ଼ୁଥିଲା ।

ଏବେ ଏହି ସମୟସୀମାକୁ ୧୮ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇଛି। ଫଳରେ ୧୩ କିମ୍ବା ୧୪ ବର୍ଷ ବୟସରେ ପାସପୋର୍ଟ କରାଇଲେ ମଧ୍ୟ ଏହା ୧୮ ବର୍ଷ ବୟସ ପର୍ଯ୍ୟନ୍ତ ବୈଧ ରହିପାରିବ । ଏହାଦ୍ୱାରା ପିଲାଙ୍କ ପାସପୋର୍ଟ ଶୀଘ୍ର ଶୀଘ୍ର ନବୀକରଣ କରିବାର ଆବଶ୍ୟକତା କମିବ ଏବଂ ଅଭିଭାବକମାନଙ୍କୁ ମଧ୍ୟ ସୁବିଧା ମିଳିବ । ୧୮ ବର୍ଷ ବୟସ ପୂରଣ ହେବା ପରେ ନୂଆ ପାସପୋର୍ଟ କରାଯାଇପାରିବ, ଯାହା ସାଧାରଣତଃ ୧୦ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ । 

What's Your Reaction?

like

dislike

love

funny

angry

sad

wow