ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଲେ ୧୮ ନୂଆ ଅତିଥି।
ନନ୍ଦନକାନନକୁ ଆସିଲେ ୧୮ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଞ୍ଚିର ଭଗବାନ୍ ବିର୍ସା ପ୍ରାଣୀ ଉଦ୍ୟାନ ପାର୍କ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯାଇ ଏହି ନୂଆ ଅତିଥିଙ୍କୁ ଅଣାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଅନୁମତି ଦେଇଥିବା ବେଳେ ମଙ୍ଗଳବାର ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଅଦଳବଦଳ ପ୍ରକ୍ରିୟା ଜାରି ରହିଥିଲା।ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମେଲାନିଷ୍ଟିକ୍ ମାଈ ବାଘୁଣୀ ,ସାଧାରଣ ମାଈ ବାଘୁଣୀ , ଷ୍ଟ୍ରିପଡ୍ ହାଏନା ,ଭାରତୀୟ ଝିଙ୍କ ଓ ନୀଳ ଗାଇ ଅଣାଯାଇଛି। ସେହିପରି ଜୀବଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ରାଞ୍ଚି ପ୍ରାଣୀ ଉଦ୍ୟାନକୁ ଗୋଟିଏ ଧଳା ବାଘୁଣି, ୪ଟି ହରିଣ, ୨ ଟି ଭାରତୀୟ ଠେକୁଆ, ୨ଟି ଗ୍ରେ ପିଲିକାନ୍,୨୦ଟି ନାଇଟ୍ ହେରନ୍, ୨୦ଟି ବ୍ଲାକ୍ ହେଡ୍ ଆଇବିସିକୁ ସ୍ଥାନାନ୍ତର କରାଯାଇଛି।
What's Your Reaction?