୨୦୨୪ର ଟାଇଟଲ ଜିତିଛି ଇଣ୍ଡିଆ ଚାମ୍ପିଅନ୍ସ

Jul 14, 2024 - 11:53
 0  3
୨୦୨୪ର ଟାଇଟଲ ଜିତିଛି ଇଣ୍ଡିଆ ଚାମ୍ପିଅନ୍ସ

ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡସ୍‌(ଡବ୍ଲ୍ୟୁସିଏଲ୍‌) ୨୦୨୪ର ଟାଇଟଲ ଜିତିଛି ଇଣ୍ଡିଆ ଚାମ୍ପିଅନ୍ସ। ଏଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଯୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଚାମ୍ପିଅନ୍ସ  ହାସଲ କରିଛି ସହଜ ବିଜୟ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍‌  କରିଥିଲା ୧୫୬ ରନ୍‌। ଜବାବରେ ଇଣ୍ଡିଆ ଚାମ୍ପିଅନ୍ସ ୫ ଉଇକେଟ ହରାଇ ୫ ବଲ୍‌ ଥାଇ ଲକ୍ଷ୍ୟ ହାସଲ କରିନେଇଥିଲେ। ଏହି ବିଜୟର ହିରୋ ଅମ୍ବାନ୍ତି ରାୟୁଡୁ ପାଲଟିଥିଲେ। ଇଣ୍ଡିଆ ଚାମ୍ପିଅନ୍ସ ପକ୍ଷରୁ ଅମ୍ବାନ୍ତି ୩୦ ବଲ୍‌ରେ ୫୦ ରନ୍‌ ଦେଇଥିଲେ। ୟୁସୁଫ ପଠାନ ୧୬ ବଲ୍‌ରେ ୩୦ ରନ୍‌ର ଇନିଂସ ଖେଳିଥିଲେ। ବୋଲିଂରେ ଅନୁରୀତ ସିଂ ୩ ଉଇକେଟ ହାସଲ କରିଥିଲେ। ଇରଫାନ ପଠାନ ୧୨ ରନ୍‌ ଦେଇ ୧ ଉଇକେଟ ହାସଲ କରିଥିଲେ। ପବନ ନେଗି ୨୪ ରନ୍‌ ଦେଇ ମଧ୍ୟ ୧ ଉଇକେଟ ନେଇଥିଲେ। ହରଭଜନ ସିଂ ଫିଟ୍‌ ନ ଥିବା କାରଣରୁ ଗୋଟିଏ ଓଭର ବୋଲିଂ କରିଥିଲେ।

What's Your Reaction?

like

dislike

love

funny

angry

sad

wow