ଜୁଲାଇ ୭ରେ ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ହେମନ୍ତ
ଜାମିନରେ ଜେଲରୁ ମୁକୁଳି ଥିବା ହେମନ୍ତ ସୋରେନ ପୁଣି ହେବେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ।ଚମ୍ପାଇ ସୋରେନ ଇସ୍ତଫା ଦେବା ପୂର୍ବରୁ ଜେଏମଏମର ହୋଇଥିଲା ବିଧାୟକ ଦଳ ବୈଠକ। ଏଥିରେ ହେମନ୍ତ ସୋରେନଙ୍କୁ ନେତା ଭାବେ କରାଯାଇଥିଲା ନିର୍ବାଚିତ । ଆସନ୍ତା ଜୁଲାଇ ୭ରେ ଶପଥ ଗ୍ରହଣ କରିବେ ହେମନ୍ତ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଆରମ୍ଭ କରିଛି ପ୍ରସ୍ତୁତି । ହେମନ୍ତଙ୍କ ସହ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ । ତେବେ କୁହାଯାଉଛି ଯେ, ହେମନ୍ତଙ୍କ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ ହୋଇପାରନ୍ତି । ଜୁଲାଇ ୭ରେ ଶପଥ ନେବା ପରେ ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ।
What's Your Reaction?