ଦିଲ୍ଲୀରୁ ଗିରଫ ହୋଇଛି ଆଇଏସଆଇଏସ ଆତଙ୍କବାଦୀ

Aug 9, 2024 - 12:48
 0  7
ଦିଲ୍ଲୀରୁ ଗିରଫ ହୋଇଛି ଆଇଏସଆଇଏସ ଆତଙ୍କବାଦୀ

ଦିଲ୍ଲୀରୁ ଗିରଫ ହୋଇଛି ଆଇଏସଆଇଏସ ଆତଙ୍କବାଦୀ। ଇସଲାମିକ୍‌‌ ଷ୍ଟେଟର ଆତଙ୍କୀ ରିଜୱାନ୍‌‌ ଅବଦୁଲ୍‌‌ ହଜି ଅଲ୍ଲୀକୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଦିଲ୍ଲୀ-ଫରିଦାବାଦ ସୀମାରୁ ଅସ୍ତ୍ରଶସ୍ତ୍ର ସହିତ ଧରାପଡିଛି ଆତଙ୍କୀ ରିଜୱାନ୍‌‌। ୨୦୨୩ ମସିହାରେ ପୁଣେ ପୁଲିସ ହେପାଜତରେ ଥିବାବେଳେ ସେଠାରୁ ଖସି ପଳାଇଥିଲା ରିଜୱାନ୍‌‌। ଏନଆଇଏର ତାଲିକାରେ ମୋଷ୍ଟ ୱାଣ୍ଟେଡ ଥିଲା ରିଜୱାନ। ଫଳରେ ତାକୁ ଧରିବା ପାଇଁ ୩ଲକ୍ଷର ପୁରସ୍କାର ରାଶି ହୋଇଥିଲା ଘୋଷଣା। ଦେଶରେ ଆତଙ୍କବାଦକୁ ସମାପ୍ତ କରିବା ପାଇଁ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା କରାଯାଉଥିବା ପ୍ରୟାସରେ ଏହି ଗିରଫଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

What's Your Reaction?

like

dislike

love

funny

angry

sad

wow