ଟ୍ରମ୍ପଙ୍କ ହାତ ଛାଡିଲା ୟୁରୋପୀୟ ସଙ୍ଘ
ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏକା ପଡିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।କେବଳ ଇସ୍ରାଏଲ ଛଡା ତାଙ୍କୁ ସାଥ୍ ଦେଉନାହାନ୍ତି ଅନ୍ୟ କୌଣସି ଦେଶ।ଏପରିକି ନାଟୋ ସଦସ୍ୟ ରାଷ୍ଟ୍ରମାନେ ମଧ୍ୟ ସହଯୋଗ କରିବାକୁ କରିଛନ୍ତି ମନା।ବ୍ରିଟେନ,ଜର୍ମାନୀ,ଇଟାଲୀ,ଫ୍ରାନ୍ସ,ଗ୍ରୀସ୍ ଓ ଅଷ୍ଟ୍ରେଲିଆ ପରେ ଏବେ ଟ୍ରମ୍ପଙ୍କ ହାତ ଛାଡିଛି ୟୁରୋପୀୟ ସଙ୍ଘ।ଅନ୍ୟପକ୍ଷରେ ଟ୍ରମ୍ପ କହିଛନ୍ତି ଯେ,ଆମକୁ ଦରକାର ନାହିଁ ନାଟୋ କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର ସହଯୋଗ । ଏକା ଲଢ଼ିବ ଆମେରିକା । ନାଟୋ ସଦସ୍ୟଙ୍କୁ ସୁରକ୍ଷା ଦେବାକୁ ଆମେରିକା ପ୍ରତିବର୍ଷ ଖର୍ଚ୍ଚ କରୁଛି କୋଟି କୋଟି ଡଲାର । କିନ୍ତୁ ଆମେରିକାର ଦରକାର ସମୟରେ ସେମାନେ ସହଯୋଗ କରୁନାହାନ୍ତି ବୋଲି କହିଛନ୍ତି ଟ୍ରମ୍ପ।
What's Your Reaction?