ଟ୍ରମ୍ପ ଜୁନିୟରଙ୍କ ବିବାହରେ ରୁଷିଆ ଟଙ୍କା! ୨ ରାତିରେ ଉଡ଼ିଲା କୋଟି କୋଟି

Sep 15, 2026 - 16:30
 0  1
ଟ୍ରମ୍ପ ଜୁନିୟରଙ୍କ ବିବାହରେ ରୁଷିଆ ଟଙ୍କା! ୨ ରାତିରେ ଉଡ଼ିଲା କୋଟି କୋଟି

ୱାଶିଂଟନସ୍ଥିତ ନୈତିକତା ନିରୀକ୍ଷଣ ସଂସ୍ଥା ‘ସିଟିଜେନ୍ସ ଫର ରେସପନସିବିଲିଟି ଆଣ୍ଡ ଏଥିକ୍ସ ଇନ୍ ୱାଶିଂଟନ’ ଏହି ଘଟଣା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ସଂସ୍ଥାର କହିବାନୁସାରେ, ପୁଟିନଙ୍କ ଘନିଷ୍ଠ କୌଣସି ବ୍ୟକ୍ତି ବିନା ସ୍ୱାର୍ଥରେ ଏତେ ଲକ୍ଷ ଡଲାର ଖର୍ଚ୍ଚ କରିବା ସ୍ୱାଭାବିକ ନୁହେଁ। 

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ୍ ଜୁନିୟରଙ୍କ ବିବାହ ଉତ୍ସବର କିଛି ଖର୍ଚ୍ଚ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ରୁଷୀୟ ଆରବପତି ଉମର କ୍ରେମଲେଭ୍ ବହନ କରିଥିବା ଜଣାପଡ଼ିଛି। ଡୋନାଲ୍ଡ ଟ୍ରମ୍ପ୍ ଜୁନିୟରଙ୍କ ପତ୍ନୀ ବେଟିନା ଟ୍ରମ୍ପ୍ ସୋସିଆଲ ମିଡିଆ ଜରିଆରେ ଏହି ତଥ୍ୟକୁ ସ୍ପଷ୍ଟ କରିଛନ୍ତି। ବାହାମାସର ଏକ ଘରୋଇ ଦ୍ୱୀପରେ ଅନୁଷ୍ଠିତ ତିନିଦିନିଆ ବିବାହ ଉତ୍ସବରେ ଦୁଇ ରାତିର କାର୍ଯ୍ୟକ୍ରମ ଖର୍ଚ୍ଚ କ୍ରେମଲେଭ୍ ଆଂଶିକ ଭାବେ ତୁଲାଇଥିଲେ।

'ପ୍ରୋପବ୍ଲିକା'ର ରିପୋର୍ଟ ଅନୁସାରେ, ଏହି ଘରୋଇ ଦ୍ୱୀପର ଗୋଟିଏ ରାତିର ଭଡ଼ା ପ୍ରାୟ ଏକ ଲକ୍ଷ ଡଲାର ଥିଲା। ଏହା ବ୍ୟତୀତ ପ୍ରାୟ ୭୦ ହଜାର ଡଲାର ମୂଲ୍ୟର ଆତସବାଜି କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ଆୟୋଜନର ଖର୍ଚ୍ଚ ମଧ୍ୟ କ୍ରେମଲେଭ୍ କରିଥିଲେ। ଟ୍ରମ୍ପ୍ ଦମ୍ପତି ଏହାକୁ ନିଜର ଏକ ଘନିଷ୍ଠ ବନ୍ଧୁଙ୍କ ପକ୍ଷରୁ ମିଳିଥିବା ‘ଉଦାର ବିବାହ ଉପହାର’ ବୋଲି ଅଭିହିତ କରିଛନ୍ତି। ଟ୍ରମ୍ପ୍ ଜୁନିୟର ଜଣେ ସାଧାରଣ ନାଗରିକ ହୋଇଥିବାରୁ ବିଦେଶୀ ନାଗରିକଙ୍କଠାରୁ ଉପହାର ଗ୍ରହଣ କରିବା ଆଇନଗତ ଭାବେ ବେଆଇନ ନୁହେଁ। ଏହି ଉତ୍ସବରେ ଇଭାଙ୍କା ଟ୍ରମ୍ପ୍ ଏବଂ ଜାରେଡ୍ କୁଶନର ମଧ୍ୟ ଉପସ୍ଥିତ ଥିଲେ।

 

ତେବେ ୱାଶିଂଟନସ୍ଥିତ ନୈତିକତା ନିରୀକ୍ଷଣ ସଂସ୍ଥା ‘ସିଟିଜେନ୍ସ ଫର ରେସପନସିବିଲିଟି ଆଣ୍ଡ ଏଥିକ୍ସ ଇନ୍ ୱାଶିଂଟନ’ ଏହି ଘଟଣା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ସଂସ୍ଥାର କହିବାନୁସାରେ, ପୁଟିନଙ୍କ ଘନିଷ୍ଠ କୌଣସି ବ୍ୟକ୍ତି ବିନା ସ୍ୱାର୍ଥରେ ଏତେ ଲକ୍ଷ ଡଲାର ଖର୍ଚ୍ଚ କରିବା ସ୍ୱାଭାବିକ ନୁହେଁ। କ୍ରେମଲେଭ୍ ଇଣ୍ଟରନ୍ୟାସନାଲ ବକ୍ସିଂ ଆସୋସିଏସନ ପରିଚାଳନା କରନ୍ତି, ଯାହା ରୁଷ ସରକାର ସମର୍ଥିତ ଶକ୍ତି କମ୍ପାନୀ 'ଗାଜପ୍ରୋମ' ଦ୍ୱାରା ପାଣ୍ଠି ପ୍ରାପ୍ତ ଏବଂ ସେ ପୁଟିନଙ୍କ ଠାରୁ ରୁଷିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଫ୍ରେଣ୍ଡସିପ୍’ ମଧ୍ୟ ପାଇଛନ୍ତି।

ସମାଲୋଚକଙ୍କ ମତରେ, ଡୋନାଲ୍ଡ ଟ୍ରମ୍ପ୍ ଜୁନିୟରଙ୍କର ନିଜସ୍ୱ ପ୍ରାୟ ୩୦ କୋଟି ଡଲାରର ସମ୍ପତ୍ତି ରହିଛି ଏବଂ ତାଙ୍କ ପିତା ମଧ୍ୟ ଜଣେ ଆରବପତି। ଏଭଳି ସ୍ଥିତିରେ ନିଜେ ଖର୍ଚ୍ଚ ତୁଲାଇବାର ସାମର୍ଥ୍ୟ ଥାଇ ମଧ୍ୟ ପୁଟିନଙ୍କ ଘନିଷ୍ଠ ବ୍ୟକ୍ତିଙ୍କଠାରୁ ଏତେ ବଡ଼ ଉପହାର ଗ୍ରହଣ କରିବା ସ୍ୱାର୍ଥର ସଂଘର୍ଷ ଓ ନୈତିକ ମୂଲ୍ୟବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

What's Your Reaction?

like

dislike

love

funny

angry

sad

wow