ନଦୀରେ ମୂର୍ତ୍ତି ବିସର୍ଜନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରିବ ବିଏମ୍ସି

Sep 5, 2024 - 15:36
 0  4
ନଦୀରେ ମୂର୍ତ୍ତି ବିସର୍ଜନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରିବ ବିଏମ୍ସି

ନଦୀରେ ମୂର୍ତ୍ତି ବିସର୍ଜନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରିବ ବିଏମ୍ସି । ଏ ନେଇ ବିଏମ୍ସି ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ଅସ୍ଥାୟୀ ପୋଖରୀ। ପ୍ରତିବର୍ଷ କୁଆଖାଇ ଏବଂ ଦୟା ନଦୀରେ ହେଉଛି ବହୁ ମୂର୍ତ୍ତି ବିସର୍ଜନ । ମୂର୍ତ୍ତିରେ ବ୍ୟବହୃତ ନଡା ଓ କେମିକାଲ ପାଣିରେ ମିଶିବା ଦ୍ୱାରା ହେଉଛି ଜଳ ପ୍ରଦୂଷଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଖୋଳାଯାଇଛି ଅସ୍ଥାୟୀ ପୋଖରୀ। ଅଧିକାଂଶ ମୂର୍ତ୍ତି ରାତିରେ ବିସର୍ଜନ ହେଉଥିବାରୁ ଦୁର୍ଘଟଣାକୁ ଏଡାଇବା ପାଇଁ ପୋଖରୀ ଚାରିପାଖକୁ କରାଯାଇଛି ଆଲୋକୀକରଣ । ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନଙ୍କ ସହ ଜନସାଧାରଣ ଏହି ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବା ପାଇଁ ବିଏମ୍ସି ପକ୍ଷରୁ କରାଯାଇଛି ଅନୁରୋଧ।

What's Your Reaction?

like

dislike

love

funny

angry

sad

wow