ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ,

ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ,

 ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଠିକଣା । ରାଜଭବନ ମାର୍ଗରେ ଥିବା ନୂଆ ସରକାରୀ ବାସଭବନରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ ନନ୍ଦା ଓ ନନ୍ଦିନୀ ୨ ଗୋମାତାଙ୍କର କରାଯାଇଥିଲା ପୂଜାର୍ଚ୍ଚନା  ।ଏହାପରେ ପୂର୍ବାହ୍ନ ୧୦ଟା ୪୭ରେ କରିଥିଲେ ଗୃହ ପ୍ରବେଶ  । ପୂର୍ବରୁ ଗାନ୍ଧୀ ମାର୍ଗ ସରକାରୀ ବାସଭବନରେ ରହୁଥିଲେ ମୁଖ୍ୟମନ୍ତ୍ରୀ ।ତେବେ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ଗିରିଧାରୀ ଗମାଙ୍ଗଙ୍କ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୃତୀୟ ବ୍ୟକ୍ତି ଭାବେ ରହିବେ  ସରକାରୀ ବାସଭବନରେ। ଦୀର୍ଘ ୨୬ ବର୍ଷ ହେଲା  ଖାଲି ପଡ଼ିଥିଲା ଏହି ସରକାରୀ ବାସଭବନ।