ପାକିସ୍ତାନ–ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି
ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଯାଇଛି ଘମାଘୋଟ ଯୁଦ୍ଧ। ଡୁରାଣ୍ଡ ଲାଇନରେ ପାକିସ୍ତାନ ଉପରେ ଆକ୍ରମ ଣକରିଛି ତାଲିବାନ । ୪୦ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରାଯାଇଥିବା ମିଳିଛି ସୂଚନା । ଏଥିସହ ନାଙ୍ଗ-ରହାରର ଗୋଷ୍ଟା ଓ କୁନାର ପ୍ରାନ୍ତରେ ୧୫ଟି ପାକିସ୍ତାନୀ ସାମରିକ ପୋଷ୍ଟକୁ ଆଫଗାନ ସୈନ୍ୟଙ୍କ ଦ୍ୱାରା କରାଯାଇଛି କବଜା । ଆଫଗାନିସ୍ତାନ ଓ ପାକିସ୍ତାନର ସୀମାରେଖା ଡୁରାଣ୍ଡ ଲାଇନ ନିକଟରେ ପାକିସ୍ତାନ ଚେକ୍ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ହୋଇଛି ଆକ୍ରମଣ । ଉଭୟ ପକ୍ଷରୁ ନିହତ ହୋଇଛନ୍ତି ବହୁ ସେନା କର୍ମଚାରୀ।ଏବେବି ସୀମାନ୍ତ ଅଞ୍ଚଳରେ ଗୁଳିବର୍ଷା ଜାରି ରହିଥିବାବେଳେ ଆତଙ୍କିତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକ। ସେପଟେ ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନର ଉପପ୍ରବକ୍ତା ହମଦୁଲ୍ଲା କହିଛନ୍ତି ଯେ, ଶତ୍ରୁ ବିରୁଦ୍ଧରେ ଆରମ୍ଭ ହୋଇଛି ପ୍ରବଳ ପ୍ରତିଶୋଧମୂଳକ ଆକ୍ରମଣାତ୍ମକ ଅଭିଯାନ। ଏବେ ଯାଏଁ ଗୋଟିଏ ମୁଖ୍ୟାଳୟ ସହ ୧୯ଟି ଆଉଟପୋଷ୍ଟକୁ କରାଯାଇଛି କବଜା । ୪ଟି ଆଉଟପୋଷ୍ଟକୁ ପରିତ୍ୟକ୍ତ ଏବଂ ଖାଲି କରି ସମ୍ପୂର୍ଣ୍ଣ ପୋଡ଼ି ଦିଆଯାଇଛି। ଆକ୍ରମଣରେନିହତ ହୋଇଛନ୍ତି ୫୫ଜଣ ପାକିସ୍ତାନୀ ସୈନିକ ।
What's Your Reaction?