ପୁଣି ବିଗିଡ଼ିଲା ଲାଲ କୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା
ପୁଣି ବିଗିଡ଼ିଲା ଲାଲ କୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟବସ୍ଥା ।ମଙ୍ଗଳବାର ତାଙ୍କୁ ପୁନର୍ବାର ହାସପାତାଳରେ କରାଯାଇଛି ଭର୍ତି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ମଙ୍ଗଳବାର ବୃଦ୍ଧାବସ୍ଥା ସମ୍ବନ୍ଧୀୟ ଅସୁସ୍ଥତା ହେତୁଆପୋଲୋ ହସ୍ପିଟାଲରେ କରାଯାଇଛି ଭର୍ତ୍ତି । ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ରହିଛି ସ୍ଥିର। ତାଙ୍କୁ ୟୁରୋଲୋଜି, କାର୍ଡିଓଲୋଜି ଏବଂ ମେଡିସିନ୍ ସମେତ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା କରାଯାଉଛି ପରୀକ୍ଷା । ଏହାପୂର୍ବରୁ ତାଙ୍କୁ ଗତ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
What's Your Reaction?