ପୁଲିସ୍‌ ସର୍ଭିସ୍‌‌ ପିସ୍ତଲରୁ ଗୁଳି ଫୁଟି ୨ଜଣ ଯୁବକଙ୍କ ହୋଇଛି ମୃତ୍ୟୁ

Aug 7, 2024 - 10:04
 0  3
ପୁଲିସ୍‌ ସର୍ଭିସ୍‌‌ ପିସ୍ତଲରୁ ଗୁଳି ଫୁଟି ୨ଜଣ ଯୁବକଙ୍କ ହୋଇଛି ମୃତ୍ୟୁ

ପୁଲିସ୍‌ ସର୍ଭିସ୍‌‌ ପିସ୍ତଲରୁ ଗୁଳି ଫୁଟି ୨ଜଣ ଯୁବକଙ୍କ ହୋଇଛି ମୃତ୍ୟୁ । ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି କରୁଛି  ପଚରା ଉଚରା । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଚୁଲିମାଲରେ । ଉଭୟ ଅଭିଯୁକ୍ତ ଚୁଲିମାଲ ଗାଁର ବୋଲି ଜଣାପଡିଛି। ମଙ୍ଗଳବାର ପୁଲିସ୍ ପିସ୍ତଲରୁ ଅତି ରହସ୍ୟଜନକ ଭାବେ ଗୁଳି ଫୁଟି ଦୁଇ ଜଣଙ୍କର ପ୍ରାଣହାନୀ ହୋଇଥିଲା। ମୃତକ ଦୁଇ ଜଣ ହେଉଛନ୍ତି ମନୋଜ ଝାଙ୍କର ଏବଂ ସହଦେବ ଝାଙ୍କର। ଖୋଲା ପଡିଆରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା। ମୃତଦେହ ନିକଟରୁ ପୁଲିସ୍ ସର୍ଭିସ୍ ପିସ୍ତଲ ମିଳିଥିବାବେଳେ ମୃତ ପୁଲିସ୍ କନେଷ୍ଟବଳ ଜଣକ ପିଏସଓ ଥିବାର  ମିଳିଛି ସୂଚନା। ଦୁଇ ଜଣଙ୍କ ମୁଣ୍ଡରେ ଗୁଳି ବାଜିଛି। ଏବଂ ଦୁଇ ଜଣଙ୍କୁ କିଏ ଏବଂ କାହିଁକି ଗୁଳି କଲା, କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍ ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି।

What's Your Reaction?

like

dislike

love

funny

angry

sad

wow