ପୁରୀରେ ସମୁଦ୍ରର ତାଣ୍ଡବ! କୂଳ ଲଙ୍ଘିଲା ବିଶାଳ ଢେଉ
ଗଭୀର ଅବପାତର ପ୍ରଭାବରେ ପୁରୀ ସମୁଦ୍ର ଅଶାନ୍ତ ରୂପ ଧାରଣ କରିଛି । ପ୍ରବଳ ପବନ ସହ ଲଗାତାର ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ପୁରୀର ମଙ୍ଗଳା ମୁହାଣ ନିକଟରେ ସମୁଦ୍ର କୂଳ ଲଙ୍ଘିଛି ।
ଗଭୀର ଅବପାତର ପ୍ରଭାବରେ ପୁରୀ ସମୁଦ୍ର ଅଶାନ୍ତ ରୂପ ଧାରଣ କରିଛି । ପ୍ରବଳ ପବନ ସହ ଲଗାତାର ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ପୁରୀର ମଙ୍ଗଳା ମୁହାଣ ନିକଟରେ ସମୁଦ୍ର କୂଳ ଲଙ୍ଘିଛି । ବଳିଆପଣ୍ଡାରୁ ହୋଟେଲ୍ ଷ୍ଟର୍ଲିଂ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ଅଞ୍ଚଳରେ ବାଲି ଅତଡ଼ା ଖସିଛି। ସୁରକ୍ଷା ଦୃଷ୍ଟିରୁ ଏହି ସ୍ଥାନରେ ପର୍ଯ୍ୟଟକମାନଙ୍କ ସ୍ନାନ ଉପରେ କଟକଣା ଲାଗିଛି । ଇରିଗେସନ୍ ଓ ଡ୍ରେନେଜ୍ ବିଭାଗ ସହ ମିଶି ଏହା ଉପରେ ନଜର ରଖାଯାଇଛି । ବୈଷୟିକ ଟିମ୍ ଯାହା ପରାମର୍ଶ ଦେବେ, ସେହି ଅନୁସାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
What's Your Reaction?