ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆଉ ଏକ ସଫଳତା
ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କଲା ଭାରତ । ଆଜି ବଙ୍ଗୋପସାଗର ବିଶାଖାପାଟଣା ନିକଟ ସମୁଦ୍ରରୁ ଅରିହନ୍ତ ବୁଡ଼ାଯାହାଜରୁ ବାଲିଷ୍ଟିକ୍ ମିସାଇଲ କେ-4କୁ ସଫଳତାର ସହିତ କରାଯାଇଛି ପରୀକ୍ଷଣ । ଏହି କ୍ଷେପଣାସ୍ତ୍ରର ଲକ୍ଷଭେଦ କ୍ଷମତା ରହିଛି ୩ ହଜାର ୫ଶହ କିଲୋମିଟର । ଇଣ୍ଟରମିଡିଏଟ ରେଂଜ ସବମରିନ ଲଞ୍ଚଡ୍ ବାଲିଷ୍ଟିକ ମିସାଇଲ K-4ରେ ୨୫ଶହ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର କରାଯାଇ ପାରିବ ବ୍ୟବହାର । ଯୁଦ୍ଧପୋତ ଅରିହନ୍ତରୁ ଲକ୍ଷକୁ ସ୍ଥିରକରି କେ-4 ମିସାଇଲକୁ କରାଯାଇଥିଲା ଉତ୍କ୍ଷେପଣ ।
What's Your Reaction?