‘ଫିଲ୍ମ ମୋଡ୍ ରୁ ବାହାରନ୍ତୁ ମୁଖ୍ୟମନ୍ତ୍ରୀ’: ଶିଶୁକନ୍ୟା ଦୁଷ୍କର୍ମ ଘଟଣାରେ ବିଜୟଙ୍କୁ ଷ୍ଟାଲିନଙ୍କ ସମାଲୋଚନା
ଏହି ସମ୍ବେଦନଶୀଳ ଘଟଣାକୁ ଅସ୍ତ୍ର କରି ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଉପରେ ପ୍ରହାର କରିଛନ୍ତି। ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନ୍ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ ତାମିଲନାଡୁ ଏବେ ‘ରକ୍ତରେ ଭିଜିଛି’ ଏବଂ ରାଜ୍ୟରେ ମହିଳା ଓ ଶିଶୁଙ୍କୁ କୌଣସି ସୁରକ୍ଷା ମିଳୁନାହିଁ। ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଫିଲ୍ମ ସୁଟିଂ ମୋଡରୁ ବାହାରି ତୁରନ୍ତ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିବା ସହ ସୋସିଆଲ ମିଡିଆ ରିଲ୍ସରେ ବ୍ୟସ୍ତ ରହୁଥିବା ସ୍ୱତନ୍ତ୍ର ‘ସିଙ୍ଗାପେନ୍’ ବାହିନୀ ମହିଳା ସୁରକ୍ଷା ପାଇଁ କାହିଁକି କାର୍ୟ୍ୟ କରୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି।
ଉତ୍ତର ଚେନ୍ନାଇର ତିରୁବୋତ୍ତିୟୁର ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଯୌନ ନିର୍ୟାତନା ଦିଆଯିବା ଘଟଣାକୁ ନେଇ ଗୁରୁବାର ଦିନ ତାମିଲନାଡୁ ରାଜନୀତି ଅତ୍ୟନ୍ତ ଉତ୍ତପ୍ତ ହୋଇପଡ଼ିଛି। ମାମଲାରେ ପୁଲିସ ବୁଧବାର ଦିନ ବିହାରର ୨୬ ବର୍ଷୀୟ ପ୍ରବାସୀ ଶ୍ରମିକ ରାହୁଲକୁ ପୋକ୍ସୋ ଆକ୍ଟ ଅଧୀନରେ ଗିରଫ କରିଥିବା ବେଳେ, ଅଭିଯୁକ୍ତକୁ ଖସାଇ ନେବାକୁ ଉଦ୍ୟମ କରୁଥିବା ଅନ୍ୟ କେତେକ ଶ୍ରମିକଙ୍କୁ ଅଟକ ରଖିଛି। ତେବେ ଶିଶୁଟି ପରିଶ୍ରା କରିବାରେ କଷ୍ଟ ଅନୁଭବ କରିବାରୁ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଏହି ନୃଶଂସ କାଣ୍ଡ ପଦାକୁ ଆସିଥିଲା, ଯାହାକୁ ନେଇ ଏବେ ସମଗ୍ର ରାଜ୍ୟରେ ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ନେଇ ବଡ଼ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ସମ୍ବେଦନଶୀଳ ଘଟଣାକୁ ଅସ୍ତ୍ର କରି ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କୁ ଉପରେ ପ୍ରହାର କରିଛନ୍ତି। ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନ୍ କଡ଼ା ଭାଷାରେ ସମାଲୋଚନା କରି କହିଛନ୍ତି ଯେ ତାମିଲନାଡୁ ଏବେ ‘ରକ୍ତରେ ଭିଜିଛି’ ଏବଂ ରାଜ୍ୟରେ ମହିଳା ଓ ଶିଶୁଙ୍କୁ କୌଣସି ସୁରକ୍ଷା ମିଳୁନାହିଁ। ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ଫିଲ୍ମ ସୁଟିଂ ମୋଡରୁ ବାହାରି ତୁରନ୍ତ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିବା ସହ ସୋସିଆଲ ମିଡିଆ ରିଲ୍ସରେ ବ୍ୟସ୍ତ ରହୁଥିବା ସ୍ୱତନ୍ତ୍ର ‘ସିଙ୍ଗାପେନ୍’ ବାହିନୀ ମହିଳା ସୁରକ୍ଷା ପାଇଁ କାହିଁକି କାର୍ୟ୍ୟ କରୁନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପଟେ ଡିଏମକେ ସାଂସଦ କନିମୋଝୀ କରୁଣାନିଧି ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ବ୍ୟତୀତ ମହିଳା ଓ ଶିଶୁ ନିର୍ୟାତନା ରୋକିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହାସହ ପୀଡ଼ିତାକୁ ଆବଶ୍ୟକୀୟ ଆଇନଗତ ଓ ଚିକିତ୍ସା ସହାୟତା ସହ ଦୋଷୀକୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। ସେହିପରି ପାତ୍ତାଳି ମାକ୍କଲ କାଚି (ପିଏମକେ) ମୁଖ୍ୟ ଡକ୍ଟର ଅନ୍ବୁମଣି ରାମଦାସ ଅଭିଯୋଗ କରିଛନ୍ତି ଯେ ଶିଶୁଟିର ବାପାମାଆ କାମକୁ ଯାଇଥିବା ସୁଯୋଗ ନେଇ ଅଭିଯୁକ୍ତ ଏହି ଦୁଷ୍କର୍ମ କରିଛି, ତେଣୁ ଏହି ଜଘନ୍ୟ ଅପରାଧ ପାଇଁ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଭଳି ଦଣ୍ଡ ବିଧାନ କରାଯାଉ।
What's Your Reaction?