ଫେବୃଆରୀ ସୁଦ୍ଧା ପାକିସ୍ତାନ ସୀମାରେ ପଞ୍ଚମ ‘ଏସ-୪୦୦’ ମୁତୟନ କରିବ ଭାରତ
ଚୀନ୍ ଓ ତୁର୍କୀରୁ ପାକିସ୍ତାନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଣ, ଆମେରିକା ଦ୍ୱାରା ଏଫ୍-୧୬ ଯୁଦ୍ଧବିମାନର ଅପଗ୍ରେଡେସନ୍ ଏବଂ ସାଉଦି ଆରବର ଆର୍ଥିକ ସହାୟତାକୁ ଦୃଷ୍ଟିରେ ରଖି ଭାରତ ନିଜର ପଶ୍ଚିମ ସୀମାକୁ ଅଧିକ ସୁଦୃଢ଼ କରିବାକୁ ବଡ଼ ନିଷ୍ପତ୍ତି ନେଇଛି। ଜମ୍ମୁ-କାଶ୍ମୀରର
ଚୀନ୍ ଓ ତୁର୍କୀରୁ ପାକିସ୍ତାନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଣ, ଆମେରିକା ଦ୍ୱାରା ଏଫ୍-୧୬ ଯୁଦ୍ଧବିମାନର ଅପଗ୍ରେଡେସନ୍ ଏବଂ ସାଉଦି ଆରବର ଆର୍ଥିକ ସହାୟତାକୁ ଦୃଷ୍ଟିରେ ରଖି ଭାରତ ନିଜର ପଶ୍ଚିମ ସୀମାକୁ ଅଧିକ ସୁଦୃଢ଼ କରିବାକୁ ବଡ଼ ନିଷ୍ପତ୍ତିନେଇଛି। ଜମ୍ମୁ-କାଶ୍ମୀରର ୭୪୦ କିଲୋମିଟର ଲମ୍ବ ନିୟନ୍ତ୍ରଣ ରେଖା (ଏଲଓସି)ର ସୁରକ୍ଷା ପାଇଁ ଭାରତ ପଞ୍ଚମ ‘ଏସ-୪୦୦’ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବାକୁ ଯାଉଛି। ଶୁକ୍ରବାର ଶୀର୍ଷ ସରକାରୀ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆସନ୍ତା ମାସରେ ଭାରତୀୟ ବାୟୁସେନାର ଏକ ପ୍ରି-ଡିସପ୍ୟାଚ୍ ଯାଞ୍ଚ ଦଳ ଋଷ ଗସ୍ତ କରିବେ ଏବଂ ୨୦୨୭ ଫେବୃଆରୀ ସୁଦ୍ଧା ଏହି ପଞ୍ଚମ ଏସ-୪୦୦ ସିଷ୍ଟମ ମୁତୟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ।
ବର୍ତ୍ତମାନ ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ସୀମାରେ ତିନୋଟି ଦୂରଗାମୀ ଏସ-୪୦୦ ସିଷ୍ଟମ ମୁତୟନ ଥିବା ବେଳେ ଅରୁଣାଚଳ ପ୍ରଦେଶର ୧,୧୨୬ କିଲୋମିଟର ଲମ୍ବ ‘ଏଲଏସି’ ର ସୁରକ୍ଷା ପାଇଁ ଆସାମରେ ଚତୁର୍ଥ ସିଷ୍ଟମ ମୁତୟନ ରହିଛି। ଏହା ବ୍ୟତୀତ ଆଗାମୀ ବର୍ଷ ଋଷଠାରୁ ଆଉ ପାଞ୍ଚୋଟି ଏସ-୪୦୦ ସିଷ୍ଟମ କିଣିବାକୁ ଭାରତ ଯୋଜନା କରୁଛି। ୪୦ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ଏହି ପ୍ରଣାଳୀ ‘ଅପରେସନ୍ ସିନ୍ଦୂର’ ସମୟରେ ନିଜର ଶକ୍ତି ପ୍ରମାଣିତ କରିସାରିଛି, ଯେଉଁଥିରେ ପାକିସ୍ତାନ ପକ୍ଷରୁ ନିକ୍ଷେପ କରାଯାଇଥିବା କୌଣସି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କିମ୍ବା ରକେଟ୍ ଭାରତୀୟ ଭୂଖଣ୍ଡକୁ ଛୁଇଁପାରିନଥିଲା ଏବଂ ସିନ୍ଧୁ ନଦୀର ପଶ୍ଚିମ ପର୍ଯ୍ୟନ୍ତ ପାକିସ୍ତାନୀ ଯୁଦ୍ଧବିମାନଗୁଡ଼ିକୁ ଆକାଶମାର୍ଗରେ ହିଁ ଖସାଇ ଦିଆଯାଇଥିଲା।
ତଥା କ୍ରୟ କରିବାକୁ ନିଷ୍ପତ୍ତି
୨୦୨୭ରେ ଚୀନ୍ ପାକିସ୍ତାନକୁ ପଞ୍ଚମ ପିଢ଼ିର ''ଜେ-୩୫'' ଯୁଦ୍ଧବିମାନ ଯୋଗାଇବାକୁ ଯୋଜନା କରୁଥିବାରୁ ଚୀନର ଦୂରଗାମୀ କ୍ଷେପଣାସ୍ତ୍ର ''ପିଏଲ-୧୫ଇ'' ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀ ''ଏଚକ୍ୟୁ-୯ବିଇ'' ର ମୁକାବିଲା ପାଇଁ ଭାରତ ଦୂରଗାମୀ ଷ୍ଟାଣ୍ଡ-ଅଫ୍ ଅସ୍ତ୍ରଶସ୍ତ୍ର ଓ ଲୋଏଟରିଂ ଆମ୍ୟୁନିସନ୍ ନିର୍ମାଣ ତଥା କ୍ରୟ କରିବାକୁ ନିଷ୍ପତ୍ତି ନେଇଛି। ଆର୍ଥିକ ସଙ୍କଟ ସତ୍ତ୍ୱେ ପାକିସ୍ତାନ ଚୀନଠାରୁ ୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟରେ ଆଠଟି ୟୁଆନ୍ ଶ୍ରେଣୀର ବୁଡ଼ାଜାହାଜ କିଣୁଥିବା ବେଳେ ୨୦୨୬ ଜୁନରେ ଗୋଟିଏ ବୁଡ଼ାଜାହାଜ ମୁତୟନ କରିସାରିଛି। ସେହିପରି ତୁର୍କୀ ପାକିସ୍ତାନକୁ ଦୂରଗାମୀ କାମିକାଜେ ଡ୍ରୋନ୍ ଯୋଗାଇବା ସହ ବୁଡ଼ାଜାହାଜଗୁଡ଼ିକର ଆଧୁନିକୀକରଣ କରୁଛି। ଏହି ସମସ୍ତ ସାମରିକ ଗତିବିଧି ଏବଂ ସୀମାପାର ଆତଙ୍କବାଦକୁ ଦୃଷ୍ଟିରେ ରଖି ଭାରତ ନିଜର ଆକ୍ରମଣାତ୍ମକ କ୍ଷମତା ବଢ଼ାଇବା ସହ ଏଲଏସିରେ ସୀମା ଭିତ୍ତିଭୂମିକୁ ମଧ୍ୟ ଆଧୁନିକୀକରଣ କରୁଥିବା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।
What's Your Reaction?