ଇମ୍ରାନ ଖାନ ଓ ତାଙ୍କ ପତ୍ନୀଙ୍କୁ ୧୭ ବର୍ଷ କାରାଦଣ୍ଡ
Former Pakistan Prime Minister Imran Khan and his wife Bushra Bibi receive a major setback. In a corruption case, a special court of the Federal Investigation Agency (FIA) has sentenced Imran Khan and Bushra Bibi to 17 years of rigorous imprisonment each. The court has also imposed a fine of 16.4 million on both; failure to pay the fine would lead to additional jail time. According to local media reports, in 2021, Imran Khan allegedly received an expensive Bulgari jewellery set as a gift from the Saudi Crown Prince. He is accused of understating its value and purchasing it from the government Toshakhana at a very low price. As per Pakistani rules, gifts received during foreign visits must be deposited in the treasury or Toshakhana, and anyone wishing to retain them must pay a fixed portion of the market value.
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମିଳିଛି ବଡ଼ ଝଟକା। ଦୁର୍ନୀତି ମାମଲାରେ ଉଭୟଙ୍କୁ ୧୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସିର ଏକ ସ୍ୱତନ୍ତ୍ର ଅଦାଲତ। ଅଦାଲତ ଏହି ରାୟ ପ୍ରକାଶ କରି ଉଭୟଙ୍କୁ କରିଛନ୍ତି ଦୋଷୀ ସାବ୍ୟସ୍ତ ।ଏହା ସହିତ, ଉଭୟଙ୍କ ଉପରେ କରାଯାଇଛି ୧୬.୪ ମିଲିୟନ ଜରିମାନା । ଜରିମାନା ଦେବାକୁ ବିଫଳ ହେଲେ ଅତିରିକ୍ତ କାରାଗାରଦଣ୍ଡ ହେବା ନେଇ କୁହାଯାଇଛି ରାୟରେ ।ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, 2021 ମସିହାରେ ଇମ୍ରାନ ଖାନଙ୍କୁ ଏକ ଅତ୍ୟନ୍ତ ମୂଲ୍ୟବାନ ବୁଲଗାରୀ ଅଳଙ୍କାର ସେଟ୍ ଉପହାର ଦେଇଥିଲେ ସାଉଦି ଆରବର ଯୁବରାଜ । ଏହି ଦାମୀ ଗହଣା ସେଟ୍ର ମୂଲ୍ୟକୁ ବହୁତ କମ୍ ଦର୍ଶାଇ ସରକାରୀ ତୋଷାଖାନାରୁ ଅତି ଶସ୍ତାରେ ନିଜ ପାଇଁ କିଣି ନେଇଥିଲେ ଇମ୍ରାନ । ପାକିସ୍ତାନ ନିୟମ ଅନୁଯାୟୀ, ବିଦେଶୀ ଗସ୍ତ ସମୟରେ ମିଳୁଥିବା ଉପହାରକୁ ରାଜକୋଷ ବା ତୋଷାଖାନାରେ ଜମା କରିବାକୁ ପଡିଥାଏ । ଯଦି କେହି ତାହା ରଖିବାକୁ ଚାହାନ୍ତି, ତେବେ ତାଙ୍କୁ ଦେବାକୁ ପଡେ ବଜାର ମୂଲ୍ୟର ଏକ ନିଶ୍ଚିତ ଅଂଶ ।
Jangyaseni Parida