ବଢୁଛି ସ୍କର୍ବ ଟାଇଫସ୍ ଆତଙ୍କ
ବଢୁଛି ସ୍କର୍ବ ଟାଇଫସ୍ ଆତଙ୍କ। ପୂର୍ବରୁ ୩ ଜଣଙ୍କର ସ୍କର୍ବ ଟାଇଫସ୍ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ନେଇ ମିଳିଛି ସୂଚନା। ମୃତକ ହେଉଛନ୍ତି ବରଗଡ଼ ଜିଲ୍ଲାର। ସମସ୍ତ ମୃତକ ଭିନ୍ନ ଭିନ୍ନ ସ୍ଥାନର ହୋଇଥିବା ବେଳେ ଏହାର ତଦନ୍ତ ପାଇଁ ଗାଁକୁ ପଠାଯାଇଛି ମେଡିକାଲ ଦଳ। ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କେହି ସଂକ୍ରମିତ ଅଛନ୍ତି କି ନାହିଁ ତାର ତଦନ୍ତ କରିବ ଏହି ଦଳ। ଗତ ମାସରେ ୨୦ ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ୩ ଜଣ ସ୍କର୍ବ ଟାଇଫସରେ ହୋଇଥିଲେ ସଂକ୍ରମିତ। ଏନେଇ ଲୋକଙ୍କୁ ସତର୍କ ମଧ୍ୟ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଚିକିତ୍ସାରେ ବିଳମ୍ବ ହେଲେ ଏହା ହୋଇପାରେ ଘାତକ । ତେଣୁ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରାଇବାକୁ ଦିଆଯାଇଛି ପରାମର୍ଶ ।
What's Your Reaction?