ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ତାରିକ ରହମାନ

Elections in Bangladesh have concluded. Tarique Rahman is set to become the new Prime Minister. Under his leadership, the Bangladesh Nationalist Party (BNP) has achieved a massive victory in the 13th general election, securing a two-thirds majority. Tarique, once exiled for 17 years, has now emerged as the country’s most powerful leader. Meanwhile, Jamaat-e-Islami suffered a major defeat and has rejected the election results, alleging irregularities.

Feb 13, 2026 - 15:42
 0  1
ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ତାରିକ ରହମାନ

ବାଂଲାଦେଶରେ ସରିଛି ନିର୍ବାଚନ । ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ତାରିକ ରହମାନ । ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶର ତ୍ରୟୋଦଶ ସାଧାରଣ ନିର୍ବାଚନରେ ଏକ ବିପୁଳ ବିଜୟ ହାସଲ କରିଛି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି। ଏପର୍ଯ୍ୟନ୍ତ ଫଳାଫଳ ଏବଂ ଧାରା ଦର୍ଶାଉଛି ଯେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି ଦଳ । ତାରିକ କେବଳ ବାଂଲାଦେଶର ଦୀର୍ଘ ଶାସନ ପରିବାରର ଉତ୍ତରାଧିକାରୀ ନୁହଁନ୍ତି; ସେ ଆଜି ନିଜକୁ ଦେଶର ସବୁଠାରୁ ଶକ୍ତିଶାଳୀ ନେତା ଭାବରେ ମଧ୍ୟ କରିଛନ୍ତି ପ୍ରମାଣିତ । ସେ ଏବେ ବାଂଲାଦେଶକୁ କରିବେ ଶାସନ , ଯେଉଁ ଦେଶରୁ ତାଙ୍କୁ ୧୭ ବର୍ଷ ପାଇଁ କରାଯାଇଥିଲା ନିର୍ବାସିତ । ଅନ୍ୟପଟେ ନିର୍ବାଚନରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ଜମାତ-ଏ-ଇସଲାମି । ତେବେ ବିଏନପିକୁ ମିଳିଥିବା ବହୁମତକୁ ଗ୍ରହଣ କରିନି ଜମାତ । ନିର୍ବାଚନର ଫଳାଫଳ ସ୍ୱଚ୍ଛ ନୁହେଁ ବୋଲି ଜମାତ କରିଛି ଅଭିଯୋଗ  ।

What's Your Reaction?

like

dislike

love

funny

angry

sad

wow