ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ,ପ୍ରିନ୍ସିପାଲ ନିଲମ୍ବିତ
ଖୋର୍ଦ୍ଧା ଗୁରୁଜଙ୍ଗ ଜବାହାର ନବୋଦୟ ବିଦ୍ୟାଳୟରେ ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ ଘଟଣାରେ ନିଲମ୍ବିତ ହୋଇଛନ୍ତି ପ୍ରିନ୍ସିପଲ ଡ. କବିତା କର। କର୍ତ୍ତବ୍ୟରେ ଅବହେଳା ପାଇଁ ତାଙ୍କୁ କରାଯାଇଛି ନିଲମ୍ବନ। ନବୋଦୟ ବିଦ୍ୟାଳୟ ସଂଗଠନ ଭୋପାଲ ପ୍ରତିନିଧି ରିପୋର୍ଟ ଆଧାରରେ ନବୋଦୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀ ପକ୍ଷରୁ ନିଲମ୍ବନ କରାଯାଇଥିବା ସ୍ପଷ୍ଟ କରିଛନ୍ତି ଜିଲାପାଳ।ତାଙ୍କ ସ୍ଥାନରେ ଉପାଧ୍ୟକ୍ଷ ନୃସିଂହ ଚରଣ ଚକ୍ରଙ୍କୁ ଦିଆଯାଇଛି ଭାରପ୍ରାପ୍ତ ପ୍ରିନ୍ସିପାଲ୍ ଦାୟିତ୍ବ ।
What's Your Reaction?