ବିରୋଧୀଙ୍କ ଏନଡିଏ ଭାଙ୍ଗବା ସ୍ବପ୍ନ କେବେ ହେବ ନାହିଁ ପୂରଣ : ଚିରାଗ ପାସୱାନ

Sep 10, 2024 - 11:41
 0  3
ବିରୋଧୀଙ୍କ ଏନଡିଏ ଭାଙ୍ଗବା ସ୍ବପ୍ନ କେବେ ହେବ ନାହିଁ ପୂରଣ : ଚିରାଗ ପାସୱାନ

ସୋମବାର ବିହାରର ବେଗୁସରାଇରେ ମାଟିହାନି ବିଧାନସଭାରେ ଆୟୋଜିତ ସମାରୋହରେ ଅଂଶଗ୍ରହଣ କରିଥିଲେ ଏଲଜେପି ରାମବିଳାସର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ। ବିହାର ବିଧାନସଭା ନିର୍ବାଚନର ଆରମ୍ଭ ଭାବରେ ଦେଖାଯାଇଛି ଚିରାଗ ପାସୱାନଙ୍କ ଏହି ଗସ୍ତ। ଏଥି ସହିତ ଏନଡିଏ ଭାଙ୍ଗବା ପ୍ରଶ୍ନ ଉପରେ କଥା ହୋଇଛନ୍ତି। ଚିରାଗ କହିଛନ୍ତି ଯେ ବିରୋଧୀଙ୍କ ଏହି ସ୍ବପ୍ନ କେବେ ହେବ ନାହିଁ ପୂରଣ। ଏନଡିଏ ମିଳିତ ମଞ୍ଚ ଦୃଢ ଏବଂ ଆମେ ଏକାଠି ଆଗକୁ ବଢ଼ୁଛୁ । ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ଜିତିବ ଏନଡିଏ ମେଣ୍ଟ। ଆମେ ୨୦୨୫ ବିଧାନସଭା ନିର୍ବାଚନ ସହିତ ୨୦୨୯ ଲୋକ ସଭା ନିର୍ବାଚନରେ ଚତୁର୍ଥ ଥର ପାଇଁ ଉଡାଇବୁ ବିଜୟର ପତାକା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ମଧ୍ୟ ହେବ ଗଠନ।

What's Your Reaction?

like

dislike

love

funny

angry

sad

wow