ବିଶ୍ୱରେ ସୁନା ଭଣ୍ଡାରରେ ଭାରତ ଅଷ୍ଟମ, ଚୀନ ପାଖରେ ଭାରତଠାରୁ ୩ ଗୁଣା ଅଧିକ ସୁନା!
ବିଶ୍ୱରେ ସର୍ବାଧିକ ସୁନା ଭଣ୍ଡାର ରଖିଥିବା ଦେଶ ହେଉଛି ଆମେରିକା। ଏହା ପାଖରେ ୮୧୩୩ ଟନ୍ ସୁନା ରହିଛି। ଦ୍ୱିତୀୟ ସ୍ଥାନରେ ଜର୍ମାନୀ ଥିବା ବେଳେ ଏହାର ସୁନା ଭଣ୍ଡାର ୩୩୫୧ ଟନ୍।
ବିଶ୍ୱର ଅର୍ଥନୀତିରେ ସୁନାର ଗୁରୁତ୍ୱ ଅତ୍ୟନ୍ତ ଅଧିକ । ବିଭିନ୍ନ ଦେଶ ନିଜର ବୈଦେଶିକ ମୁଦ୍ରା ଭଣ୍ଡାରକୁ ମଜବୁତ କରିବା ସହ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସୁନା ଗଚ୍ଛିତ ରଖିଥାନ୍ତି। ଏହି କ୍ଷେତ୍ରରେ ବିଶ୍ୱର ଅନେକ ଶକ୍ତିଶାଳୀ ଦେଶ ବିପୁଳ ପରିମାଣର ସୁନା ନିଜ ଭଣ୍ଡାରରେ ରଖିଛନ୍ତି । ତେବେ ସୁନା ଭଣ୍ଡାର ତାଲିକାରେ ଭାରତ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଚୀନ ପଞ୍ଚମ ସ୍ଥାନ ଅଧିକାର କରିଛି।
ଦି କୋବେସି ଲେଟର୍’ର ଏକ ରିପୋର୍ଟ ଅନୁସାରେ, ଭାରତ ପାଖରେ ୮୮୧ ଟନ୍ ସୁନା ରହିଛି। ଏହି ସୁନା ଭଣ୍ଡାରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପରିଚାଳନା କରୁଛି। ଅନ୍ୟପଟେ ଚୀନ ପାଖରେ ୨୪୧୦ ଟନ୍ ସୁନା ରହିଛି, ଯାହା ଭାରତର ସୁନା ଭଣ୍ଡାରଠାରୁ ପ୍ରାୟ ତିନି ଗୁଣା ଅଧିକ।
ସୁନା ଭଣ୍ଡାରରେ ଆମେରିକା ଶୀର୍ଷରେ
ବିଶ୍ୱରେ ସର୍ବାଧିକ ସୁନା ଭଣ୍ଡାର ରଖିଥିବା ଦେଶ ହେଉଛି ଆମେରିକା। ଏହା ପାଖରେ ୮୧୩୩ ଟନ୍ ସୁନା ରହିଛି। ଦ୍ୱିତୀୟ ସ୍ଥାନରେ ଜର୍ମାନୀ ଥିବା ବେଳେ ଏହାର ସୁନା ଭଣ୍ଡାର ୩୩୫୧ ଟନ୍। ତୃତୀୟ ସ୍ଥାନରେ ଇଟାଲୀ ପାଖରେ ୨୪୫୨ ଟନ୍ ଏବଂ ଚତୁର୍ଥ ସ୍ଥାନରେ ଫ୍ରାନ୍ସ ପାଖରେ ୨୪୩୭ ଟନ୍ ସୁନା ରହିଛି। ସେହିପରି ଚୀନ ପଞ୍ଚମ ସ୍ଥାନରେ ଥିବା ବେଳେ ରୁଷ ୨୩୦୫ ଟନ୍ ସୁନା ସହ ଷଷ୍ଠ ସ୍ଥାନରେ ରହିଛି। ସ୍ୱିଜରଲ୍ୟାଣ୍ଡ ପାଖରେ ୧୦୪୦ ଟନ୍ ଏବଂ ଜାପାନ ପାଖରେ ୮୪୬ ଟନ୍ ସୁନା ରହିଛି। ନେଦରଲ୍ୟାଣ୍ଡ୍ସର ସୁନା ଭଣ୍ଡାର ୬୧୩ ଟନ୍।
୨୩ ମାସ ଧରି ସୁନା କିଣୁଛି ଚୀନ
ଚୀନ ଲଗାତାର ୨୩ ମାସ ଧରି ସୁନା କିଣି ନିଜର ଭଣ୍ଡାର ବୃଦ୍ଧି କରୁଛି। ରିପୋର୍ଟ ଅନୁସାରେ, ଗତ ସେପ୍ଟେମ୍ବରରେ ଚୀନ ୨୩ ଟନ୍ ସୁନା କିଣିଥିବା ବେଳେ ଜୁଲାଇ ଓ ଅଗଷ୍ଟରେ ୨୦ ଟନ୍ ଲେଖାଏଁ ସୁନା କିଣିଥିଲା। ଚଳିତ ବର୍ଷ ଏହା ମୋଟ ୧୦୩ ଟନ୍ ସୁନା କିଣିସାରିଛି। ଏହି ଧାରା ଜାରି ରହିଲେ ଚଳିତ ବର୍ଷ ଶେଷ ସୁଦ୍ଧା ଚୀନ ସୁନା ଭଣ୍ଡାର ତାଲିକାରେ ଆହୁରି ଉପରକୁ ଉଠିପାରେ। ତେବେ ଏହି ତାଲିକାରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପାଖରେ ଥିବା ୨୮୧୪ ଟନ୍ ସୁନାକୁ ସାମିଲ କରାଯାଇନାହିଁ।
What's Your Reaction?