ବ୍ରିକ୍ସରେ ଶାନ୍ତି ଆଲୋଚନା, ୟୁକ୍ରେନ୍‌ରେ ମିସାଇଲ୍ ମାଡ଼; ୫୦୦ ଡ୍ରୋନ୍‌-ମିସାଇଲ୍ ଆକ୍ରମଣ, ୯ ମୃତ

Sep 13, 2026 - 11:23
 0  1
ବ୍ରିକ୍ସରେ ଶାନ୍ତି ଆଲୋଚନା, ୟୁକ୍ରେନ୍‌ରେ ମିସାଇଲ୍ ମାଡ଼; ୫୦୦ ଡ୍ରୋନ୍‌-ମିସାଇଲ୍ ଆକ୍ରମଣ, ୯ ମୃତ

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ଭୟାନକ ରୂପ ନେଇଛି । ୟୁକ୍ରେନ୍‌ର ବିଭିନ୍ନ ସହରକୁ ଟାର୍ଗେଟ୍ କରି ରୁଷିଆ ପକ୍ଷରୁ ଏକକାଳୀନ ପ୍ରାୟ ୫୦୦ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରାଯାଇଥିବା ଜଣାପଡ଼ିଛି । 

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଆହୁରି ଭୟାନକ ରୂପ ନେଇଛି । ୟୁକ୍ରେନ୍‌ର ବିଭିନ୍ନ ସହରକୁ ଟାର୍ଗେଟ୍ କରି ରୁଷିଆ ପକ୍ଷରୁ ଏକକାଳୀନ ପ୍ରାୟ ୫୦୦ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରାଯାଇଥିବା ଜଣାପଡ଼ିଛି ।

କ୍ରାମାଟୋର୍ଷ୍ଟ, ଜାଇଟୋମିର୍, ଜାପୋରିଜିଆ ସମେତ କିଭ୍‌ରେ ମଧ୍ୟ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଆବାସିକ କୋଠା ଓ ଜରୁରୀକାଳୀନ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଓ ଅନେକ ଲୋକ ଆହତ ହୋଇଛନ୍ତି । କଳାସାଗର ଅଞ୍ଚଳର ଓଡେସା ବନ୍ଦରରେ ଏକ ମାଲବାହୀ ଜାହାଜକୁ ମଧ୍ୟ ରୁଷିଆ ପକ୍ଷରୁ ଟାର୍ଗେଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରୁଷିଆର ଆକ୍ରମଣର ପାଲଟା ଜବାବ ଦେଇ ୟୁକ୍ରେନ୍ ମଧ୍ୟ ରୁଷିଆର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି ।

ୟୁକ୍ରେନ୍ ପକ୍ଷରୁ ରୁଷିଆର ଏକ ପ୍ରମୁଖ ସିନ୍ଥେଟିକ୍ ରବର ଓ ମିସାଇଲ୍ ଇନ୍ଧନ ଉତ୍ପାଦନକାରୀ କାରଖାନାକୁ ଟାର୍ଗେଟ୍ କରାଯାଇଥିବା ସୂଚନା ମିଳିଛି । ଉଭୟ ପକ୍ଷର ଏହି ପରସ୍ପର ଆକ୍ରମଣ ଯୋଗୁଁ ଯୁଦ୍ଧ ଆହୁରି ତୀବ୍ର ହେବା ଆଶଙ୍କା ବଢ଼ିଛି । ଏହାରି ଭିତରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ବଡ଼ ଅଭିଯୋଗ ଆଣିଛନ୍ତି । ଯୁଦ୍ଧକ୍ଷେତ୍ରରୁ ଦୂରେଇ ରୁଷିଆ ଏବେ ୟୁକ୍ରେନ୍‌ର ଅର୍ଥନୀତି ଓ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ୟୁକ୍ରେନ୍‌ର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ପାଇଁ ରୁଷିଆ ଯୋଜନାବଦ୍ଧ ଭାବେ ଆକ୍ରମଣ କରୁଥିବା ଜେଲେନସ୍କି ଅଭିଯୋଗ କରିଛନ୍ତି । 

What's Your Reaction?

like

dislike

love

funny

angry

sad

wow