ବ୍ରିକ୍ସ ପରେ ଡରିଗଲେ ଡୋନାଲ୍ଡ! ବଢ଼ିଲା ଆମେରିକାର ହାର୍ଟବିଟ୍ !
ପୂର୍ବରୁ ଯିଏ କେବଳ ଧମକପୂର୍ଣ୍ଣ ବୟାନ ଦେଉଥିଲେ, ଏବେ ସେ ଅନୁଭବ କଲେଣି ଯେ ଯଦି ଆମେରିକା ନିଜର ଆଧିପତ୍ୟ ବଜାୟ ରଖିବାକୁ ଚାହେଁ, ତେବେ ବ୍ରିକ୍ସ ଦେଶଗୁଡ଼ିକୁ ହାଲୁକା ଭାବେ ନେଲେ ଆଉ ଚଳିବ ନାହିଁ ।
ବିଶ୍ୱ ରାଜନୀତିରେ ଏବେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବ୍ରିକ୍ସ ସମ୍ମିଳନୀର ବିଶାଳ ଆୟୋଜନ ଏବଂ ଏହାର ବଢୁଥିବା ପ୍ରଭାବ ଆମେରିକାର ନିଦ ହଜାଇ ଦେଇଛି । ସବୁଠାରୁ ବଡ଼ କଥା ହେଉଛି, 'ଆମେରିକା ଫାଷ୍ଟ' ନାରା ଦେଉଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ବ୍ରିକ୍ସର ଶକ୍ତି ଦେଖି ଡରିଯାଇଛନ୍ତି । ଯିଏ ଦିନେ ଅନ୍ୟ ଦେଶମାନଙ୍କୁ ଖାତିର୍ କରୁନଥିଲେ, ଆଜି ତାଙ୍କ ମୁଡ୍ ବଦଳିବାରେ ଲାଗିଛି ।
ନିକଟରେ ଭାରତରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ଯେଉଁଭଳି ଭାବେ ବିଶ୍ୱର ବଡ଼ ବଡ଼ ଅର୍ଥନୀତି ଏକାଠି ହୋଇଥିଲେ, ତାହା ପାଶ୍ଚାତ୍ୟ ଦେଶଗୁଡ଼ିକ ପାଇଁ ସତର୍କ ଘଣ୍ଟି କହିଲେ ଭୁଲ ହେବନି । ଭାରତ, ଋଷିଆ, ଚୀନ୍, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା ସହିତ ଏବେ ସାଉଦି ଆରବ ଓ ୟୁଏଇ ଭଳି ନୂଆ ସଦସ୍ୟମାନଙ୍କର ଯୋଗଦାନ ବ୍ରିକ୍ସକୁ ଏକ ଅପରାଜେୟ ମହାଶକ୍ତିରେ ପରିଣତ କରିଛି । ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି 'ଡି-ଡଲାରାଇଜେସନ୍' ଅର୍ଥାତ୍ ଆମେରିକୀୟ ଡଲାରର ପ୍ରଭାବକୁ କମାଇବା ପାଇଁ ଏହି ଦେଶଗୁଡ଼ିକର ମିଳିତ ପ୍ରୟାସ । ଆଉ ଏହି ବିଶାଳ ସଂଗଠନର ଏକଜୁଟତା ଦେଖି ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ଶିରାପ୍ରଶିରାରେ ଛନକା ପଶିଛି ।
ଅନେକ କହୁଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଡ୍ ଏବେ ବଦଳିବାରେ ଲାଗିଛି । ଟ୍ରମ୍ପ ନିକଟରେ ସିଧାସଳଖ ଧମକ ଦେଇଥିଲେ ଯେ ଯେଉଁ ଦେଶ ଆମେରିକୀୟ ଡଲାରରେ ବାଣିଜ୍ୟ କରିବା ବନ୍ଦ କରିବେ, ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଯିବ । କିନ୍ତୁ ଏ ଧମକ ପଛରେ ଲୁଚି ରହିଛି ତାଙ୍କର ପ୍ରକୃତ ଭୟ । ଟ୍ରମ୍ପ ବୁଝିଗଲେଣି ଯେ ଯଦି ବିଶ୍ୱ ବଜାରରେ ଡଲାରର ପ୍ରାଧାନ୍ୟ କମିଯାଏ, ତେବେ ଆମେରିକାର ଅର୍ଥନୀତି ଭୁଶୁଡ଼ି ପଡ଼ିବ । ପୂର୍ବରୁ ଯିଏ କେବଳ ଧମକପୂର୍ଣ୍ଣ ବୟାନ ଦେଉଥିଲେ, ଏବେ ସେ ଅନୁଭବ କଲେଣି ଯେ ଯଦି ଆମେରିକା ନିଜର ଆଧିପତ୍ୟ ବଜାୟ ରଖିବାକୁ ଚାହେଁ, ତେବେ ବ୍ରିକ୍ସ ଦେଶଗୁଡ଼ିକୁ ହାଲୁକା ଭାବେ ନେଲେ ଆଉ ଚଳିବ ନାହିଁ ।
ବ୍ରିକ୍ସର ଶକ୍ତି ଦେଖି ଟେନସନରେ ଟ୍ରମ୍ପ
ଡଲାର ଛାଡ଼ିଲେ ୧୦୦% ଟାରିଫ୍ ଲଗାଇବାକୁ ଧମକ
ବାଣିଜ୍ୟ ଏବଂ ବିଦେଶ ନୀତିରେ ପରିବର୍ତ୍ତନର ସଙ୍କେତ
ଗୋଟିଏ ପଟେ ଋଷିଆ ଉପରେ ଆମେରିକାର କଟକଣା ଏବଂ ଅନ୍ୟପଟେ ଚୀନର ବିସ୍ତାରବାଦୀ ନୀତି । ଏହି ସବୁ ଭିତରେ ବ୍ରିକ୍ସର ସମ୍ପ୍ରସାରଣ ଆମେରିକା ପାଇଁ ବଡ଼ ଚେତାବନୀ । ଟ୍ରମ୍ପ ବାରମ୍ବାର କହୁଛନ୍ତି ଯେ ଜୋ ବାଇଡେନଙ୍କ ଦୁର୍ବଳ ବିଦେଶ ନୀତି ଯୋଗୁଁ ଆଜି ଆମେରିକା ବିଶ୍ୱରେ ଏକାଘରକିଆ ହେବାକୁ ବସିଛି । ତେଣୁ, ଆଗାମୀ ଦିନରେ ଟ୍ରମ୍ପଙ୍କୁ ଏକ ଭିନ୍ନ ରଣନୀତି ଆପଣାଇବାକୁ ପଡ଼ିବ । ବିଶେଷ କରି ଭାରତ ଭଳି ବିକାଶଶୀଳ ରାଷ୍ଟ୍ରମାନଙ୍କ ସହ ସମ୍ପର୍କକୁ ଆହୁରି ମଜବୁତ ନକଲେ ଆମେରିକା ଆଗକୁ ବଢ଼ିପାରିବ ନାହିଁ ବୋଲି ଟ୍ରମ୍ପ ହୃଦୟଙ୍ଗମ କରୁଛନ୍ତି ।
ଏବେ ଗୋଟିଏ କଥା ସ୍ପଷ୍ଟ ଯେ, ବିଶ୍ୱ ରାଜନୀତିର କେନ୍ଦ୍ରବିନ୍ଦୁ ଏବେ ପରିବର୍ତ୍ତିତ ହେଉଛି । ଦିନେ ଯେଉଁ ଆମେରିକା ସମ୍ପୂର୍ଣ୍ଣ ବିଶ୍ୱ ଉପରେ ନିଜର ଦବଦବା ଜାହିର୍ କରୁଥିଲା, ଆଜି ବ୍ରିକ୍ସ ତାର ଏକ ଶକ୍ତିଶାଳୀ ବିକଳ୍ପ ଭାବେ ଉଭା ହୋଇଛି । ଆଉ ଏହି ବଦଳୁଥିବା ସମୀକରଣ ହିଁ ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଜଣେ ଆତ୍ମବିଶ୍ୱାସୀ ନେତାଙ୍କୁ ମଧ୍ୟ ନିଜ ମୁଡ୍ ଏବଂ ରଣନୀତି ବଦଳାଇବାକୁ ବାଧ୍ୟ କରିଛି ।
What's Your Reaction?