ଭୁବନେଶ୍ୱରରେ ଅଗ୍ନିସୁରକ୍ଷା ନେଇ ତନାଘନା, ଆପୋଲୋ ହସ୍ପିଟାଲରେ ଅଗ୍ନିଶମ ବିଭାଗର ଯାଞ୍ଚ
ଭୁବନେଶ୍ୱରର ବିଭିନ୍ନ ପ୍ରତିଷ୍ଠାନରେ ଅଗ୍ନିଶମ ବିଭାଗର ଯାଞ୍ଚ ଜାରି। ଏହି କ୍ରମରେ ଆପୋଲୋ ହସ୍ପିଟାଲରେ ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ଯନ୍ତ୍ରପାତିର କାର୍ଯ୍ୟକ୍ଷମତା ଯାଞ୍ଚ କରିଛି ଟିମ୍। ଅଗ୍ନିସୁରକ୍ଷା ନିୟମ ନମାନିଲେ ଅମାନିଆଙ୍କୁ ନୋଟିସ୍ କରାଯିବ।
ଭୁବନେଶ୍ୱରରେ ଅଗ୍ନିସୁରକ୍ଷା ବ୍ୟବସ୍ଥାକୁ ନେଇ ଅଗ୍ନିଶମ ବିଭାଗର ତନାଘନା ଆରମ୍ଭ ହୋଇଛି । ସହରର ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ଠାକ୍ ରହିଛି କି ନାହିଁ, ତାହା ଯାଞ୍ଚ କରୁଛି ଅଗ୍ନିଶମ ବିଭାଗ । ବିଶେଷକରି ଜରୁରୀ ସମୟରେ ଅଗ୍ନିନିର୍ବାପକ ଯନ୍ତ୍ରପାତି ଓ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ଷମ ଅଛି କି ନାହିଁ, ତାହା ଉପରେ ନଜର ରହିଛି ।
ଏହି କ୍ରମରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ପହଞ୍ଚି ଅଗ୍ନିଶମ ଟିମ୍ ବିଭିନ୍ନ ଅଗ୍ନିସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି । ହସ୍ପିଟାଲ ଭଳି ସମ୍ବେଦନଶୀଳ ପ୍ରତିଷ୍ଠାନରେ ଅଗ୍ନିକାଣ୍ଡ ଘଟିଲେ ଯେପରି ତୁରନ୍ତ ନିୟନ୍ତ୍ରଣ କରାଯାଇପାରିବ ଏବଂ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇପାରିବ, ସେନେଇ ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି ।
ଅଗ୍ନିସୁରକ୍ଷା ଆଇନ ଓ ନିୟମର ଉଲ୍ଲଂଘନ କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରାଯିବା ସହ ନିୟମ ମାନୁନଥିବା ଅମାନିଆଙ୍କ ବିରୋଧରେ ନୋଟିସ୍ ଜାରି କରିବ ଅଗ୍ନିଶମ ବିଭାଗ । ଆବଶ୍ୟକ ସ୍ଥଳେ ନିୟମ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସୂଚନା ମିଳିଛି ।
What's Your Reaction?