ବ୍ରିଟେନ ନିର୍ବାଚନରେ ଚମକିଲେ ଭାରତୀୟ ବଂଶୋଦ୍ଭବ

ବ୍ରିଟେନ ନିର୍ବାଚନରେ ଚମକିଲେ ଭାରତୀୟ ବଂଶୋଦ୍ଭବ । ୨୬ଜଣ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ହାଉସ ଅଫ କମର୍ସକୁ ସାଂସଦ ଭାବେ ହୋଇଛନ୍ତି ନିର୍ବାଚିତ । ଏଥରକ ନିର୍ବାଚନରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ କିଛି ନୂଆ ଓ କିଛି ପୁରୁଣା ଚେହେରା,ଯେଉଁଥିରେ ରହିଥିଲେ ପୂର୍ବତନ ଗୃହମନ୍ତ୍ରୀ ସୁଏଲ ବ୍ରେବରମ୍ୟାନ, ପ୍ରୀତି ପଟେଲ ପରି ପ୍ରମୁଖ ଚେହେରା । ସେହିପରି ଗଗନ ମହେନ୍ଦ୍ରା, ଶିବାନୀ ରାଜା, ସୀମା ମାଲୋହୋତ୍ରା. ଲିଜା ନନ୍ଦୀ, ମୁନୀରା ୱେଲସନ, ଶିବାନୀ ରାଜ, କନିଷ୍କା ନାରାୟଣ, ନଭେନ୍ଦୁ ମିଶ୍ର, ସତବୀର କୌର, ମଧ୍ୟ ହାସଲ କରିଛନ୍ତି ନିଜ ନିଜ ଆସନ । ସୂଚନା ଅନୁସାରେ, କଂଜରଭେଟିବ ଦଳ ଅପେକ୍ଷା ଲେବର ପାର୍ଟିରେ ଥିବା ଅଧିକାଂଶ ଭାରତୀୟ ବଂଶୋଦ୍ଭବ ନିର୍ବାଚନରେ ହୋଇଛନ୍ତି ବିଜୟୀ ,ଯାହାକି ବିଟ୍ରେରନ ସାଧାରଣ ନିର୍ବାଚନରେ ଏକ ବିରଳ ଘଟଣା ।
What's Your Reaction?






