ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ

Apr 7, 2026 - 18:31
 0  2
ମନମୋହନ ସାମଲଙ୍କ ବିସ୍ଫୋରକ ବୟାନ

ମିଶନ ଉତ୍ତର ଓଡ଼ିଶା ନୁହେଁ, ବରଂ ପୁରା ଓଡ଼ିଶା ଆମର ଲକ୍ଷ। ମଣ୍ଡଳ ଦମ୍ପତି ବିଜେପିରେ ମିଶିବେ କି ନାହିଁ , ତାହା ଭବିଷ୍ୟତରେ ଜଣାପଡିବ । ଯେଉଁମାନେ ଆମ ଦଳରେ ମିଶିବା ପାଇଁ ଇଚ୍ଛା ପ୍ରକାଶ କରିବେ, ସେମାନଙ୍କୁ ଆମେ ସ୍ୱାଗତ କରିବୁ । ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ । ବିରୋଧୀ ଦଳ ନେତା ନବୀନ ପଟନାୟକ ଜିଲ୍ଲା ବୁଲିବା ନେଇ ମଧ୍ଯ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ,ଜଣେ ଦାୟିତ୍ୱସମ୍ପନ୍ନ   ବିରୋଧୀ ଦଳ ନେତା ହିସାବରେ ନବୀନ ବାବୁ  ବୁଲିବା ଦରକାର  ପ୍ରତ୍ୟେକ ଜିଲ୍ଲା।୨୪ ବର୍ଷ ଭିତରେ ନବୀନ ବାବୁ ବୁଲି ଦେଖି ନାହାନ୍ତି ସାରା ଓଡିଶା ।ବର୍ତ୍ତମାନ ଜିଲ୍ଲା ବୁଲି ସମୀକ୍ଷା କଲେ ଜାଣିପାରିବେ ଲୋକମାନେ କେମିତି ଅଛନ୍ତି ଓ ୨୪ ବର୍ଷରେ କଣ କରିଛନ୍ତି ତାଙ୍କ ସରକାର ।  ବିରୋଧୀ ଦଳ ଶକ୍ତିଶାଳୀ ହେଲେ ଗଣତନ୍ତ୍ର ଶକ୍ତିଶାଳୀ ହେବ ବୋଲି ସିଧାସଳଖ କହିଛନ୍ତି ମନମୋହନ  ।

What's Your Reaction?

like

dislike

love

funny

angry

sad

wow