ମରାମତି ସାରି ସାର୍ଟିଫିକେଟ୍ ଦେଲେ ଗଣତି ମଣତି ହେବ ଆରମ୍ଭ
ମଙ୍ଗଳବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ରଥଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିରରେ ନଥିବା ସମୟରେ ତଦାରଖ କମିଟି ଭିତର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରକୁ ସ୍ଥାନାନ୍ତରିତ କରାଯାଇଥିବାରୁ ଜଷ୍ଟିସ ରଥ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆର୍ଶୀବାଦ ନେବାକୁ ଯାଇଥିଲେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରୁ ସୁରକ୍ଷିତ ଭାବେ ରତ୍ନ ଅଳଙ୍କାର ସବୁ ଖଟଶେଜ କୋଠରୀକୁ ସ୍ଥାନାନ୍ତର ହୋଇଥିବା ବେଳେ ଏବେ ଏହାର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଛି । ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ରତ୍ନଭଣ୍ଡାର ମରାମତି ପାଇଁ ହସ୍ତାନ୍ତର କରାଯିବ । ଏହାପରେ ରତ୍ନ ଅଳଙ୍କାରକୁ ଗଣତି ମଣତି କରାଯିବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ ।
What's Your Reaction?