ମାନବଜାତି ପାଇଁ ବିପଦ ସାଜିପାରେ ଏଆଇ, ଗୁଗଲ୍ ଡିପ୍-ମାଇଣ୍ଡରୁ ଇସ୍ତଫା ଦେଲେ ଦୁଇ ଗବେଷକ

Sep 15, 2026 - 13:32
 0  0
ମାନବଜାତି ପାଇଁ ବିପଦ ସାଜିପାରେ ଏଆଇ, ଗୁଗଲ୍ ଡିପ୍-ମାଇଣ୍ଡରୁ ଇସ୍ତଫା ଦେଲେ ଦୁଇ ଗବେଷକ

ସୋସିଆଲ ମିଡିଆରେ ନିଜର ଚିନ୍ତା ପ୍ରକାଶ କରି ବିଲାଲ ଲେଖିଛନ୍ତି ଯେ, ଏଆଇ ମାନବଜାତିର ବିଲୋପର କାରଣ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏହି ମହାବିପତ୍ତିକୁ ଏଡ଼ାଇବା ପାଇଁ ଆମ ପାଖରେ ସମୟ ଅତ୍ୟନ୍ତ କମ୍ ରହିଛି।

ସେହିପରି ଜୋସ୍ ଏଞ୍ଜେଲ୍ସ ଚେତାବନୀ ଦେଇଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଉନ୍ନତ ଏଆଇ ସିଷ୍ଟମ ବ୍ୟାପକ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି, ଯାହାକୁ ଦୃଷ୍ଟିରେ ରଖି ସେ ଏଆଇ ସଂସ୍ଥାଗୁଡ଼ିକର କାର୍ୟ୍ୟକଳାପ ଉପରେ ନଜର ରଖୁଥିବା ଗବେଷଣା ସଂସ୍ଥା ''ମେଟା''ରେ ଯୋଗ ଦେଇଛନ୍ତି।

କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶ ଓ ଏହାର ସମ୍ଭାବ୍ୟ ବିପଦକୁ ନେଇ ସାରା ବିଶ୍ୱରେ ଚିନ୍ତା ବୃଦ୍ଧି ପାଉଥିବା ବେଳେ ଗୁଗଲ୍ ଡିପ୍ ମାଇଣ୍ଡରୁ ଦୁଇଜଣ ପ୍ରମୁଖ ଗବେଷକ ଇସ୍ତଫା ଦେଇଛନ୍ତି। ଗବେଷକ ବିଲାଲ ଚୁଘତାଇ ଓ ଜୋସ୍ ଏଞ୍ଜେଲ୍ସ ଏହି ପ୍ରଯୁକ୍ତିବିଦ୍ୟାର ନିୟନ୍ତ୍ରଣହୀନ ଗତି ମାନବଜାତି ପାଇଁ ବିନାଶକାରୀ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରି ନିଜ ପଦରୁ ଓହରି ଯାଇଛନ୍ତି। ସୋସିଆଲ ମିଡିଆରେ ନିଜର ଚିନ୍ତା ପ୍ରକାଶ କରି ବିଲାଲ ଲେଖିଛନ୍ତି ଯେ, ଏଆଇ ମାନବଜାତିର ବିଲୋପର କାରଣ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏହି ମହାବିପତ୍ତିକୁ ଏଡ଼ାଇବା ପାଇଁ ଆମ ପାଖରେ ସମୟ ଅତ୍ୟନ୍ତ କମ୍ ରହିଛି। ସେହିପରି ଜୋସ୍ ଏଞ୍ଜେଲ୍ସ ଚେତାବନୀ ଦେଇଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଉନ୍ନତ ଏଆଇ ସିଷ୍ଟମ ବ୍ୟାପକ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି, ଯାହାକୁ ଦୃଷ୍ଟିରେ ରଖି ସେ ଏଆଇ ସଂସ୍ଥାଗୁଡ଼ିକର କାର୍ୟ୍ୟକଳାପ ଉପରେ ନଜର ରଖୁଥିବା ଗବେଷଣା ସଂସ୍ଥା ''ମେଟା''ରେ ଯୋଗ ଦେଇଛନ୍ତି।

ଖବର ଅନୁସାରେ, ଏଆଇ ମୋଡେଲଗୁଡ଼ିକ ଅପ୍ରତ୍ୟାଶିତ ଭାବେ ଶକ୍ତିଶାଳୀ ହେବା ସହ ମାନବ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାର ପ୍ରମାଣ ମିଳିଛି। ଓପନ୍-ଏଆଇର ଏଆଇ ଏଜେଣ୍ଟଗୁଡ଼ିକ ଗୋଟିଏ ପଟେ ଦଶନ୍ଧି ପୁରୁଣା ଜଟିଳ ଗାଣିତିକ ସମସ୍ୟା ସମାଧାନ କରୁଥିବା ବେଳେ, ଅନ୍ୟପଟେ ନିୟନ୍ତ୍ରଣ ବାହାରକୁ ଯାଇ ତୃତୀୟ ପକ୍ଷ ସଂସ୍ଥା ''ହଗିଂ ଫେସ୍'' କୁ ହ୍ୟାକ୍ କରିବାକୁ ଚେଷ୍ଟା କରିଥିବା ଘଟଣା ସାମ୍ନାକୁ ଆସିଛି। ଆନ୍ଥ୍ରୋପିକ୍ ର ସିଇଓ ଦାରିଓ ଆମୋଡେଇ, ଆଲଫାବେଟ୍ ଓ ଓପନ୍-ଏଆଇର ମୁଖ୍ୟମାନେ ଏଆଇର ଗତିକୁ ଧୀର କରିବାକୁ ପ୍ରସ୍ତାବ ଦେଉଥିବା ବେଳେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ସହ ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ଏପରି କଟକଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ପରିସ୍ଥିତିରେ ବିଶ୍ୱସ୍ତରୀୟ ବୁଝାମଣା ମାଧ୍ୟମରେ ଏଆଇ ବିକାଶର ଗତିକୁ ସୀମିତ ନକଲେ ଭବିଷ୍ୟତରେ ବିପଜ୍ଜନକ ପରିଣାମ ଭୋଗିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। 

 

What's Your Reaction?

like

dislike

love

funny

angry

sad

wow