ଲେନିନ ମହାନ୍ତିଙ୍କୁ ଖୋଲା ଆହ୍ୱାନ ଦେଲେ ଅରବିନ୍ଦ ମହାପାତ୍ର
State politics has heated up following the suspension of two BJD MLAs—Sanatan Mahakud and Arvind Mohapatra. While no clear reason has been provided for Arvind Mohapatra’s suspension, he has issued an open challenge to BJD spokesperson Lenin Mohanty, demanding proof of the allegations. Mohapatra stated that the party must substantiate the charges it has made. He clarified that he has no intention of joining another party and will continue as the Patkura MLA till 2029, working for development. Earlier, BJD spokesperson Lenin Mohanty alleged that the suspended MLAs were involved in a conspiracy termed as a “midday operation,” following which disciplinary action was taken.
ବିଜେଡିର ଦୁଇଜଣ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ଜୋର ଧରିଛି ରାଜ୍ୟ ରାଜନୀତି। ମୁଖ୍ୟତଃ ଅରବିନ୍ଦ ମହାପାତ୍ରଙ୍କୁ କାହିଁକି ନିଲମ୍ବନ କରାଗଲା ତାହାର ସ୍ପଷ୍ଟ ସୂଚନା ମିଳୁ ନ ଥିବାବେଳେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କୁ ଖୋଲା ଆହ୍ୱାନ ଦେଇଛନ୍ତି ଅରବିନ୍ଦ। ସେ କହିଛନ୍ତି ଯେ, ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ଦିଅନ୍ତୁ ପ୍ରମାଣ । ଅଭିଯୋଗ ଦଳ ଲଗାଇଛି, ଦଳ ପ୍ରମାଣିତ କରିବା ଦରକାର। ସନାତନ ମହାକୁଡ଼ ଜଣେ ବରିଷ୍ଠ ନେତା। ବିଧାନସଭାରେ କେବଳ ତାଙ୍କ ସହ ମୋର ଦେଖା ହୋଇଛି। ଅଲଗା ଦଳ କଥା ଭାବିନି, ୨୦୨୯ ପର୍ଯ୍ୟନ୍ତ ରହିବି ପାଟକୁରା ବିଧାୟକ ।ବିକାଶ ପାଇଁ କାର୍ଯ୍ୟ କରିବି।ସୂଚନାଯୋଗ୍ୟ ଯେ, ୨ ବିଧାୟକଙ୍କ ନିଲମ୍ବନକୁ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଥିଲେ ଯେ, ଚାଲିଥିଲା ମିଡ ଡେ’ ଅପରେଶନ । ଷଡ଼ଯନ୍ତ୍ରରେ ସାମିଲ ଥିଲେ ନିଲମ୍ବିତ ବିଧାୟକ । ଧରାପଡ଼ିଯିବାରୁ ନିଆଯାଇଛି ପଦକ୍ଷେପ।
What's Your Reaction?