ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ; ୪୦ ମୃତ

ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ; ୪୦ ମୃତ

ଗାଜା ଓ ହେଜବୁଲ୍ଲା ସଂଘର୍ଷ ଜାରି ରହିଥିବାବେଳେ ଏହାରି ମଧ୍ୟରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଲେବନାନର ରାଜଧାନୀ ବେରୁଟ ସହର ଉପରେ କରିଛି ବୋମା ବର୍ଷା। ଏଥିରେ ଶିଶୁଙ୍କ ସମେତ ପ୍ରାଣ ହରାଇଛନ୍ତି ୪୦ ଜଣ ଲୋକ। ଏନେଇ ସୂଚନା ଦେଇଛନ୍ତି ଲେବନାନ୍ ଅଧିକାରୀ।ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ,ଶନିବାର ହୋଇଥିବା ଆକ୍ରମଣରେ ୧୩ ଜଣଙ୍କର ହୋଇଛି ମୃତ୍ୟୁ । ସେମାନଙ୍କ ମଧ୍ୟରେ ଅଛନ୍ତି ହିଜବୁଲା ଏବଂ ଏହାର ସହଯୋଗୀ ଅମାଲ ସହ ଜଡିତ ଉଦ୍ଧାରକାରୀ ଦଳର ୭ ଜଣ ଡାକ୍ତର ।