ସର୍ବୋଚ୍ଚଅଦାଲତଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି ଡାକ୍ତର
ସର୍ବୋଚ୍ଚଅଦାଲତଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି ଡାକ୍ତର । ପଶ୍ଚିମବଙ୍ଗ ଆରଜି.କର ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବିକ୍ଷୋଭ ଜାରି ରଖିଥିବା କନିଷ୍ଠ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ । ହେଲେ ନିର୍ଦେଶକୁ ଅଣଦେଖା କରିବା ସହ ଯେପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ କାମକୁ ଫେରିବେ ନାହିଁ ବୋଲି ଜିଦ ଧରିଛନ୍ତି ଡାକ୍ତରମାନେ ।ଘଟଣାରେ ସ୍ୱାସ୍ଥ୍ୟ ସଚିବ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଛନ୍ତି ଡାକ୍ତର ସଂଘ।
Jangyaseni Parida