ସିଙ୍ଗର ହତ୍ୟାରେ ୟୁପି ପୁଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୨ ସନ୍ଦିଗ୍ଧଙ୍କୁ ଏନକାଉଣ୍ଟର !
ଉତ୍ତର ପ୍ରଦେଶର ଶ୍ୟାମଲିରେ ଜଣାଶୁଣା ହରିୟାଣଭି କଣ୍ଠଶିଳ୍ପୀ ତଥା ୟୁଟ୍ୟୁବର ଅଙ୍କିତ ବାଲିୟାନ ହତ୍ୟା ମାମଲାରେ ୨ଜଣ ସନ୍ଦିଗ୍ଧ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ପୁଲିସ ସୂଚନା ଅନୁସାରେ, ଦୁଇ ସନ୍ଦିଗ୍ଧ ସାର୍ପ ସୁଟର ଥିଲେ ଓ ପୁଲିସ ଗୁଳିରେ ଆହତ ହୋଇଥିଲେ ।
ଉତ୍ତର ପ୍ରଦେଶର ଶ୍ୟାମଲିରେ ଜଣାଶୁଣା ହରିୟାଣଭି କଣ୍ଠଶିଳ୍ପୀ ତଥା ୟୁଟ୍ୟୁବର ଅଙ୍କିତ ବାଲିୟାନ ହତ୍ୟା ମାମଲାରେ ୨ଜଣ ସନ୍ଦିଗ୍ଧ ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ପୁଲିସ ସୂଚନା ଅନୁସାରେ, ଦୁଇ ସନ୍ଦିଗ୍ଧ ସାର୍ପ ସୁଟର ଥିଲେ ଓ ପୁଲିସ ଗୁଳିରେ ଆହତ ହୋଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କୈରାନ ରୋଡରେ ଗୁଳିବିନିମୟ ଘଟିଥିଲା । ପୁଲିସ ଅଟକାଇବା ବେଳେ ଦୁଇ ସନ୍ଦିଗ୍ଧ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ ।
ପୁଲିସର ପାଲଟା ଗୁଳିରେ ଆହତ ହେବା ପରେ ଦୁଇ ସନ୍ଦିଗ୍ଧଙ୍କୁ ଶ୍ୟାମଲିର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଉଭୟ ପ୍ରାଣ ହରାଇଛନ୍ତି । ଦୁଇ ସନ୍ଦିଗ୍ଧ ହେଲେ ୨୨ ବର୍ଷୀୟ ମୋହିତ ଏବଂ ସୁମିତ। ଉଭୟଙ୍କ ଘର ଗରିୟାଣାର ସୋନପତରେ । ଗୁଳିବିନିମୟରେ ହେଡ୍ କନେଷ୍ଟବଳ ହରବିନ୍ଦ ଓ ପ୍ରଦୀପ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
What's Your Reaction?