ସି' ମାଇନ୍ସ ସହ ଧକ୍କା ହେଲା ସୁପରଟ୍ୟାଙ୍କର, ଦେଖୁ ଦେଖୁ ହେଲା ପାଉଁଶ
ହର୍ମୁଜ ପ୍ରଣାଳୀରେ ଏକ ସୁପରଟ୍ୟାଙ୍କର ଦୁଇଟି ନୌସେନା ମାଇନ୍ସ ସହ ଧକ୍କା ହେବା ପରେ ସେଥିରେ ଭୀଷଣ ନିଆଁ ଲାଗିଯାଇଥିଲା । ଏହି ଟ୍ୟାଙ୍କ ଦକ୍ଷିଣ ଭାଗରେ ଥିବା ଏକ ପଥ ଦେଇ ଯିବାକୁ ସେ ଉଦ୍ୟମ କରିଥିଲା, ଯାହାକୁ ଇରାନ ଅନଧିକୃତ ଏବଂ ବେଆଇନ ବୋଲି ବିବେଚନା କରେ ।
ହର୍ମୁଜ ପ୍ରଣାଳୀରେ ଏକ ସୁପରଟ୍ୟାଙ୍କର ଦୁଇଟି ମାଇନ୍ସ ସହ ଧକ୍କା ହୋଇଥିବା ନେଇ ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଦାବି କରିଛି । ଆଇଆରଜିସିର କହିବା ଅନୁଯାଇ ଧକ୍କା ହେବା ପରେ ଜାହାଜରେ ଭୀଷଣ ନିଆଁ ଲାଗିଯାଇଥିଲା ଏବଂ ଏହାକୁ ରୋକିବାକୁ ପଡିଥିଲା । ଏହି ମାଇନ୍ସ ଗୁଡ଼ିକର ବିପଦକୁ ଦେଖି ଆମେରିକା ଇରାନର ଲାରକ୍ ଦ୍ୱୀପ ଉପରେ ଆକ୍ରମଣ କରିଥିଲା ।
ହର୍ମୁଜ ପ୍ରଣାଳୀରେ ଏକ ସୁପରଟ୍ୟାଙ୍କର ଦୁଇଟି ନୌସେନା ମାଇନ୍ସ ସହ ଧକ୍କା ହେବା ପରେ ସେଥିରେ ଭୀଷଣ ନିଆଁ ଲାଗିଯାଇଥିଲା । ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଦାବି ମୁତାବକ ସୋମବାର ଦିନ ହର୍ମୁଜ ପ୍ରଣାଳୀର ଦକ୍ଷିଣ ଭାଗରେ ଥିବା ଏକ ପଥ ଦେଇ ଯିବାକୁ ଉଦ୍ୟମ କରିଥିଲା, ଯାହାକୁ ଇରାନ ଅନଧିକୃତ ଏବଂ ବେଆଇନ ବୋଲି ବିବେଚନା କରେ । ଏହି ସମୟରେ, ସୁପରଟ୍ୟାଙ୍କରଟି ଦୁଇଟି ମାଇନ୍ସ ଉପର ଦେଇ ଯିବାକୁ ଚେଷ୍ଟା କରିଥିଲା, ଯାହା ଫଳରେ ଜାହାଜରେ ସଂପୂର୍ଣ୍ଣ ରୂପେ ନିଆଁ ଲାଗିଯାଇଥିଲା । ଏହି ଜାହାଜଟିର ନାମ ତଥା ପତାକା କିମ୍ୱା ସାମଗ୍ରୀ ବିଷୟରେ କୌଣସି ବିବରଣୀ ପ୍ରଦାନ କରାଯାଇନି । ଏହି ଘଟଣାରେ କୌଣସି ଧନ ଜୀବନ ହାନୀ ହୋଇନଥିବା ଜଣାପଡିଛି ।
ଆଇଆରଜିସି ଅନ୍ୟ ଜାହାଜ ମାନଙ୍କୁ ଚେତାବନୀ ଦେଇ କହିଛନ୍ତି କି ଇରାନ ଦ୍ୱାରା ନିର୍ଦ୍ଧାରିତ ନୌଚାଳନା ନିୟମ ଉଲ୍ଲଂଘନ କରୁଥିବା ଅନ୍ୟ ଜାହାଜଗୁଡ଼ିକ ମଧ୍ୟ ସମାନ ପରିଣାମର ସମ୍ମୁଖୀନ ହୋଇପାରନ୍ତି । ଇରାନ ମଧ୍ୟ ଜାହାଜ କମ୍ପାନୀଗୁଡ଼ିକୁ ଆମେରିକୀୟ ସେନାର ନିର୍ଦ୍ଦେଶ ନପାଳନ ନକରିବାକୁ ନିର୍ଦ୍ଦେଶ ଦେଇଛି ।
ହର୍ମୁଜ ପ୍ରଣାଳୀରେ ମାଇନ୍ସର ଭୟ ରହିଥାଏ ଯାହା ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ପଛର ଏକ ମୁଖ୍ୟ କାରଣ । ଯେଉଁଥିପାଇଁ ଆମେରିକା ଇରାନର ଲାରକ୍ ଦ୍ୱୀପ ଉପରେ ଆକ୍ରମଣ କରିଥିଲା । ଆମେରିକୀୟ ସେନା ଅନୁଯାୟୀ, ଲାରକ୍ ଦ୍ୱୀପରେ ଥିବା ଆଇଆରଜିସିର ଦୁଇଟି ଲଞ୍ଚ୍ ସିଷ୍ଟମ୍କୁ ଟାର୍ଗେଟ୍ କରାଯାଇଥିଲା । ଆମେରିକା ଦାବି କରିଛି ଯେ, ଇରାନୀ ସେନା ଏହି ଲଞ୍ଚ୍ ସିଷ୍ଟମ୍ଗୁଡ଼ିକ ବ୍ୟବହାର କରି ହରମୁଜ୍ ପ୍ରଣାଳୀରେ ମାଇନ୍ସ ମୁତୟନ କରିବାକୁ ପ୍ରସ୍ତୁତି ଚଳାଇଥିଲା ।
ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏହି କାର୍ଯ୍ୟକଳାପକୁ ସେହି ଜଳପଥ ଦେଇ ଯାଉଥିବା ଜାହାଜ ଏବଂ ଆନ୍ତର୍ଜାତୀୟ ନୌ-ପରିବହନ ପାଇଁ ଏକ ତୁରନ୍ତ ବିପଦ ବୋଲି ବର୍ଣ୍ଣନା କରିଥିଲା । ଆମେରିକା କହିଛି ଯେ ହର୍ମୁଜ ପ୍ରଣାଳୀର ଅନ୍ତର୍ଜାତୀୟ ନୌ-ପରିବହନ ପଥରେ ପୂର୍ବରୁ ଥିବା ମାଇନ୍ସ ଗୁଡ଼ିକୁ ହଟାଇବା କାମ ଶେଷ ହୋଇସାରିଛି । ଇରାନର ସେନା ସେଠାରେ ପୁନର୍ବାର ବାରୁଦ ସୁରଙ୍ଗ ବିଛାଇବା ପାଇଁ ପ୍ରସ୍ତୁତି ଚଳାଇଛି ।
ବର୍ତ୍ତମାନ, ଏକ ସୁପରଟ୍ୟାଙ୍କର ଦୁଇଟି ମାଇନ୍ ସଂସ୍ପର୍ଶରେ ଆସିଥିବା ନେଇ ଇରାନର ଦାବି ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳର ସୁରକ୍ଷା ନେଇ ଚିନ୍ତା ବଢ଼ାଇ ଦେଇଛି । ଇରାନର ଚେତାବନୀ ଏବଂ ଆମେରିକାର ସାମରିକ କାର୍ୟ୍ୟାନୁଷ୍ଠାନ ମଧ୍ୟରେ, ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥରେ ଉତ୍ତେଜନା କ୍ରମାଗତ ଭାବେ ବୃଦ୍ଧି ପାଉଛି ।
What's Your Reaction?