ସୁନ୍ଦର ଓ ସୁସ୍ଥ ଶରୀର ଚାହୁଁଥିଲେ ପ୍ରତିଦିନ ଖାଆନ୍ତୁ ଡାଳିମ୍ବ

Jul 14, 2024 - 11:17
 0  6
ସୁନ୍ଦର ଓ ସୁସ୍ଥ ଶରୀର ଚାହୁଁଥିଲେ ପ୍ରତିଦିନ ଖାଆନ୍ତୁ ଡାଳିମ୍ବ

ନିଜ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣଙ୍କୁ ପ୍ରଚୁର ପରିମାଣର ପନିପରିବା ଫଳମୂଳ ଖାଇବାକୁ ପଡ଼ିବ। ସବୁ ଫଳର ଭିନ୍ନ ଭିନ୍ନ ଗୁଣ ରହିଛି। ତେବେ, ଚାଲନ୍ତୁ ଜାଣିବା ଡାଳିମ୍ଭ ଖାଇବା ଦ୍ବାରା ଆମ ଶରୀରକୁ କେଉଁ ପ୍ରକାରର ଲାଭ ମିଳିଥ‌ାଏ। ଡାଳିମ୍ଭରେ ନ୍ୟୁଟ୍ରିଏଣ୍ଟ୍‌ସ ଭରି ହୋଇ ଅଛି। ଏଥିରେ କ୍ୟାଲୋରି ଫ୍ୟାଟ୍‌ ପରିମାଣ କମ୍‌ ଥିବା ବେଳେ ଫାଇବର୍‌ ଭରି କରି ରହିଛି। ଭିଟାମିନ୍‌ ମିନେରାଲ୍ସ ବି ରହିଛି ଡାଳିମ୍ବରେ। ତେବେ, ଏକ ଗୁରତ୍ବପୂର୍ଣ୍ଣ କଥା ହେଉଛି ଡାଳିମ୍ବକୁ ସିଧା ଖାଇଲେ ସେଥିରେ ଯେତିକି ଫାଇବର୍‌ ଥାଏ ତାହାକୁ ଜୁସ୍‌ କରି ପିଇଲେ ସେହି ପରିମାଣର ନ୍ୟୁଟ୍ରିଏଣ୍ଟ୍‌ସ ନଥାଏ।

ଡାଳିମ୍ବରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ କୋଷକୁ ସୁରକ୍ଷିତ ରଖେ। ଡାଳିମ୍ବରେ ଥିବା ପୋଷଣ ହୃଦ୍‌ରୋଗ, କର୍କଟ ମଧୁମେହ ଆଦି ରୋଗ ସହ ଲଢ଼ିବାରେ ସାମର୍ଥ୍ୟ ରଖେ। ଡାଳିମ୍ବ ଖାଇଲେ ଏହି ସବୁ ରୋଗ ହେବାର ସମ୍ଭାବନା କମ୍‌ ହୋଇଥାଏ।

ଅତ୍ୟଧିକ ପରିମାଣର ଡାଳିମ୍ବ ଖାଇଲେ କୋଷ୍ଠକାଠିନ୍ୟ ହେବାର ସମ୍ଭାବନା ରହିଛି। ଏହାକୁ ଆପଣ ଏକ ସୀମା ମଧ୍ୟରେ ଖାଇବା ଉଚିତ।

ଦିନକୁ ୧ରୁ କପ୍‌ ଡାଳିମ୍ବ ଖାଇଲେ ବିଶେଷ କୌଣସି ଅସୁବିଧା ହୁଏ ନାହିଁ। ନିୟମିତ ଏହି ଫଳ ଖାଇବା ଦ୍ଵାରା ଶରୀରର ରକ୍ତ ପତଳା ହେବା ସହ ରକ୍ତ ଜମାଟ ବାନ୍ଧିନଥାଏ

ଡାଳିମ୍ବ ମଞ୍ଜି ଖାଇଲେ କିମ୍ବା ଏହାର ରସକୁ ପିଇଲେ ହଜମ ଠିକ୍ ଭାବରେ ହୁଏ ଏହି ଫଳରେ ପ୍ରଚୁର ପରିମାଣରେ ଲୌହ ଥିବାରୁ ରକ୍ତହୀନତା ରୋଗରୁ ରକ୍ଷା ମିଳେ

କର୍କଟ ରୋଗୀଙ୍କ ନିମନ୍ତେ ଏହା ଏକ ଉତ୍ତମ ଖାଦ୍ୟ ସାଧାରଣ ଲୋକେ ମଧ୍ୟ ଏହି ଫଳକୁ ନିୟମିତ ଖାଇଲେ କର୍କଟ ରୋଗ ହେବାର ଆଶଙ୍କା କମ୍ ବୋଲି ବିଶେଷଜ୍ଞଙ୍କ ମତ

ଶରୀରରେ ଉତ୍ତମ କୋଲେଷ୍ଟରଲର ପରିମାଣ ଡାଳିମ୍ବ ଖାଇଲେ ବଢିଥାଏ ହୃଦରୋଗରୁ ରକ୍ଷା ପାଇବା ନିମନ୍ତେ ଏହି ଫଳରସ ପିଇବା ଉଚିତ

ଡାଳିମ୍ବ ନିୟମିତ ଖାଇଲେ ହାଡ ଶକ୍ତ ହୋଇଥାଏ ।ଏହି ଫଳ ଖାଇବା ଦ୍ଵାରା ହେପାଟାଇଟିସ୍ ସି ଭାଇରସ ସଂକ୍ରମଣ ହେବାର ଆଶଙ୍କା କମ୍ ଡାଳିମ୍ବ ମଞ୍ଜି ଖାଇଲେ ସ୍ମୃତି ଶକ୍ତି ବଢ଼େ

What's Your Reaction?

like

dislike

love

funny

angry

sad

wow