ରାଶିଫଳ

Jul 14, 2024 - 11:20
 0  1
ରାଶିଫଳ
ମେଷ

 ଯାତ୍ରା ପ୍ରୀତିପ୍ରଦ ରହିବା ସହ ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ କ୍ଷେତ୍ର୍ରରେ ମଧ୍ୟ ସୁନାମ ଅର୍ଜନ କରିବେ। ଦୀର୍ଘଦିନ ହେଲା ଯାହା ମନରେ ଭାବୁଥିଲେ ଆଜି ସେହି କାମ ହାସଲ ହୋଇଯିବ। ଅଶ୍ୱିନୀ ନକ୍ଷତ୍ରର ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି।
ବୃଷ

 ମୃଗଶିରା ନକ୍ଷତ୍ରର ଅର୍ଥାଭାବର ସାମ୍ନା କରିପାରନ୍ତି। ଭୁଲ୍‌ ବୁଝାମଣାରୁ ଭାଇ କିମ୍ବା ଭଉଣୀଙ୍କ ସହ ତିକ୍ତତା ସୃଷ୍ଟିର ଆଶଙ୍କା ରହିଛି। ହୋଟେଲ, ରେଷ୍ଟୁରାଣ୍ଟ, ଯାନ୍ତ୍ରିକ ଜିନିଷ, ଯାନବାହନ କିମ୍ବା ଗୃହୋପକରଣ କ୍ରୟ କରିପାରନ୍ତି।
ମିଥୁନ

 ଆନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମକୁ ଦେଖି ମାନସିକ ଆଘାତ ପାଇପାରନ୍ତି। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ପୁନର୍ବସୁ ନକ୍ଷତ୍ରର ଯାତ୍ରା, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ।
କର୍କଟ

ପୁଷ୍ୟା ନକ୍ଷତ୍ର ସକାଶେ ଆଜି ସ୍ବାସ୍ଥ୍ୟ ସମସ୍ୟା ସାଙ୍ଗକୁ କାମର ଚାପ ବ୍ୟଥାର କାରଣ ହେବ। ବନ୍ଧୁଙ୍କ ସାହାଯ୍ୟ ଅର୍ଥଲାଭ କରାଇଲେ ମଧ୍ୟ ପାରିବାରକ କ୍ଷେତ୍ରକୁ ବିପଦସଙ୍କୁଳ କରିପାରେ। ବିପକ୍ଷ ବ୍ୟକ୍ତିଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରକାଶନ, ପ୍ରଶାସନ, ନିର୍ମାଣ କ୍ଷେତ୍ରରେ ସହଯୋଗ ଓ ଉଚ୍ଚ ସମ୍ମାନ ପାଇ ଖୁସି ହେବେ।
ସି˚ହ

ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ଅଳ୍ପ ସମୟ ପାଇଁ ହେଉ ପଛେ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ। ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଆନୁଷ୍ଠାନିକ ତଥା ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରିପାରନ୍ତି।
କନ୍ୟା

କୌଣସି ବ୍ୟକ୍ତି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରିବେ। ଗଠନମୂଳକ କିମ୍ବା ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ।
ତୁଳା

ପ୍ରଶାସନିକ ସ୍ତରରେ ସମାଧାନର ସରଳସୂତ୍ର ବାହାର କରିବାରେ ସମର୍ଥ ହେବେ। ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଆଜିର ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ଆଶଙ୍କା ରହଛି।
ବିଛା

 ପ୍ରିୟଜନଙ୍କ ସହ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। କଳା, ସଙ୍ଗୀତ, କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା ତଥା କଳା ସମସ୍ୟା ସମାଧାନ ହୋଇଯିବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ।
ଧନୁ

ମୂଳା ନକ୍ଷତ୍ର ପାଇଁ କ୍ଷଣକୋପର କୁପ୍ର୍ରଭାବଜନିତ ଭଲ ସମ୍ପର୍କ କ୍ଷଣିକ ମଧ୍ୟରେ ମିଳାଇ ଯାଇପାରେ। ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଆକସ୍ମିକ ପାରିବାରିକ ସମସ୍ୟା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ମକର

କୌଣସି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରି କାମ ହାସଲ କରିବାକୁ ପଡ଼ିପାରେ। ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇଯିବ। 
କୁମ୍ଭ

 ଶତଭିଷା ନକ୍ଷତ୍ର ପ୍ରିୟଜନଙ୍କ ନିକଟରୁ ଖୁସି ଖବର ପାଇପାରନ୍ତି। ରାଜନୀତି, ସାମ୍ବାଦିକତା, ପ୍ରଶାସନ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ସଙ୍ଗୀତ ଚର୍ଚ୍ଚା, ବକ୍ତୃତା, ସଭାସମିତି, କ୍ରୀଡ଼ା କୌଶଳ ପ୍ରଦର୍ଶନଜନିତ ପ୍ରଶଂସିତ ହେବେ।
ମୀନ

 ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହୋଇପାରିବେ। ରେବତୀ ନକ୍ଷତ୍ରର ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଅଭାବ ନଥିଲେ ମଧ୍ୟ ସମସ୍ୟା ବୃଦ୍ଧି ପାଇବା କାରଣରୁ ସାମୟିକ ମନ ଅଶାନ୍ତ ରହିବ।

What's Your Reaction?

like

dislike

love

funny

angry

sad

wow