ଲମ୍ବା, ସୁନ୍ଦର ଓ ଘନ କେଶ ପାଇଁ ବହୁ ଉପକାରି ଅଅଁଳା ପାଣି

Jun 27, 2024 - 12:37
 0  2
ଲମ୍ବା, ସୁନ୍ଦର ଓ ଘନ କେଶ ପାଇଁ ବହୁ ଉପକାରି ଅଅଁଳା ପାଣି

ଘନ ଓ ଲମ୍ବା କେଶ କାହର ବା ପସନ୍ଦ ନୁହେଁ। ହେଲେ ବର୍ତ୍ତମାନ ସମୟରେ କେଶ ଝଡ଼ିବା ସାଧାରଣ ହୋଇଗଲାଣି। ଏପରି ପରିସ୍ଥିତିରେ, କେଶକୁ ଲମ୍ବା ଏବଂ ଘନ କରିବା ପାଇଁ ଅଅଁଳା ପାଣି ବ୍ୟବହାର କରିପାରିବେ। ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ଥାଏ, ଯାହା କେଶକୁ ଲମ୍ବା ଓ ଘନ କରିବାରେ ସାହାଯ୍ୟ କରେ। ଏଥି ସହ କେଶ ଅଧାରୁ ଛିଣ୍ଡିବା ଓ ଶୁଷ୍କତାକୁ ଦୂର କରି ମୂଳରୁ ଦୃଢ କରିଥାଏ। ତେବେ ଅଅଁଳା ପାଣି କିପରି ପ୍ରସ୍ତୁତ କରିବେ ଏବଂ ଏହାକୁ କେଶରେ ଲଗାଇବେ, ଜାଣନ୍ତୁ...

ଏଥିପାଇଁ ଏକ ଚାମଚ ରିଠା ପାଉଡରକୁ ଏକ ଚାମଚ ଅଅଁଳା ପାଉଡରରେ ମିଶାଇ ସେଥିରେ ପ୍ରାୟ ୧୦୦ ମିଲିଲିଟର ପାଣି ମିଶାନ୍ତୁ। ବିନା ରିଠା ପାଉଡରରେ ମଧ୍ୟ ଏହି ପାଣି ପ୍ରସ୍ତୁତ କରିପାରିବେ। ଏହି ପାଣିକୁ କେଶ ମୂଳରୁ ଶେଷ ପର୍ଯ୍ୟନ୍ତ ଲଗାନ୍ତୁ ଏବଂ ୪ରୁ ୫ ମିନିଟ୍ ପର୍ଯ୍ୟନ୍ତ ହାତରେ ଘଷନ୍ତୁ। ଏହା ପରେ କେଶକୁ ଭଲ ଭାବରେ ସଫା କରିଦିଅନ୍ତୁ।

What's Your Reaction?

like

dislike

love

funny

angry

sad

wow