ନିଜର ମାନସିକତାକୁ କିପରି ସକାରାତ୍ମକ ରଖିବା

Jun 19, 2024 - 12:04
 0  4
ନିଜର ମାନସିକତାକୁ କିପରି ସକାରାତ୍ମକ ରଖିବା

ନିଜର ମାନସିକତାକୁ ସବୁ ସମୟରେ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି ଅନେକେ ଏ କ୍ଷେତ୍ରରେ ସଫଳ ହୋଇଥାଆନ୍ତି। ଏ ନେଇ ଆମକୁ କେତୋଟି ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ। ଅନ୍ୟପକ୍ଷରେ ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖେ ତେବେ ସେ ନିଜକୁ କେତେକ ରୋଗଠାରୁ ଅନେକାଂଶରେ ଦୂରେଇ ରଖିପାରିବେ। ଏହାର ଏକ ସରଳ ଉପାୟ ସମ୍ପର୍କରେ ମଧ୍ୟ ସୂଚିତ କରାଯାଇଛି। ଏ ସମ୍ପର୍କିତ ବିଷୟକୁ ନେଇ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ଗବେଷଣା କରିଥିଲେ। ଏହାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କୁ ନିଜର କଥାବାର୍ତ୍ତା ଶୈଳୀ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଥିଲା। କାରଣ ଏହା ଦ୍ବାରା ସେମାନଙ୍କ ମାନସିକତା ସକାରାତ୍ମକ ରହିବା ସହ କାର୍ଯ୍ୟକରିବା ପାଇଁ ସେମାନଙ୍କଠାରେ ଆଗ୍ରହ ପ୍ରକାଶ ପାଇବ ବୋଲି ସେମାନଙ୍କର ହୃଦ୍‌ବୋଧ ହୋଇଥିଲା। ତେଣୁ ଯେଉଁମାନଙ୍କ କଥାବାର୍ତ୍ତା ଶୈଳୀରେ ନମ୍ରତା ଦେଖିବାକୁ ମିଳିଥିଲା ସେମାନଙ୍କର ମାନସିକତା ସକାରାତ୍ମକ ରହିଥିଲା।

What's Your Reaction?

like

dislike

love

funny

angry

sad

wow