ସୁଭଦ୍ରା ୱେବ୍ ପୋର୍ଟାଲର ଉନ୍ମୋଚନ କଲେ ଉପମୂଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ୱେବ୍ ପୋର୍ଟାଲର ଉନ୍ମୋଚନ କଲେ ଉପମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୋର୍ଟାଲରେ ନିଶୁଳ୍କରେ ଓଡିଆ ଏବଂ ଇଂଗ୍ରାଜି ଭାଷାରେ କରିହେବ ଆବେଦନ ।ଏହି ପୋର୍ଟାଲରେ ମିଳିବ ସୁଭଦ୍ରା ସମ୍ପର୍କିତ ସମସ୍ତ ନୂଆ ତଥ୍ୟ । ସେହପରି ପୋର୍ଟାଲରେ ଟୋଲ ଫ୍ରି ନମ୍ବର ମଧ୍ଯ ହେବ ଉପଲବ୍ଧ । ସବୁ ଯୋଗ୍ୟ ହିତାଧୀକାରୀଙ୍କୁ ମିଳିବ ଯୋଜନାର ସୁବିଧା । ୪ ତାରିଖରୁ ଆରମ୍ଭ ହେବ ଫର୍ମ ସଂଗ୍ରହ। ଫର୍ମ ପୂରଣ କରି ଆଧାର କାର୍ଡ ନକଲ ସହ କରିବେ ଦାଖଲ । ମୋ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।ସେ ଆହୁରି କହିଛନ୍ତି ଯେ, ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଥିବା କିସ୍ତି ୧୭ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର କରିବେ ଶୁଭାରମ୍ଭ ।
What's Your Reaction?






