ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ ।

Oct 23, 2024 - 14:47
 0  3
ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ ।

ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ଏହାର ପ୍ରାଥମିକ ପ୍ରଭାବ । ପାରାଦୀପ ରାଡାରରୁ ମିଳିଥିବା ତଥ୍ୟରୁ ମିଳିଛି ଏହି ସୂଚନା। ପ୍ରଭାବରେ କେନ୍ଦ୍ରାପଡାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି ବର୍ଷା ।  ପାରାଦୀପରେ ମଧ୍ୟ ଦେଖିବାକୁ ମିଳିଲାଣି ପ୍ରଭାବ । ଏବେ ପାରାଦୀପ ଠାରୁ ପ୍ରାୟ ୫୦୦ କିମି ଦୂରରେ ରହିଛି ବାତ୍ୟା ଦାନା।୨୪ ମଧ୍ଯରାତ୍ରିରୁ ୨୫ ସକାଳ ମଧ୍ଯରେ ଧାମରା ଓ ଭିତର କନିକାରେ ଛୁଇଁବ ସ୍ଥଳଭାଗ। ଏହି ସମୟରେ  ୧୦୦ରୁ ୧୨୦ କିଲୋମିଟର ରହିବ ପବନର ବେଗ । ଧାନ ଓ ପନିପରିବା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ରହିଛି ସମ୍ଭାବନା । ସମୁଦ୍ରରେ ୧ ରୁ ୨ ମିଟର ଉଚ୍ଚରେ ଉଠିବ  ଜୁଆର । ବେଶୀ ପ୍ରଭାବିତ ହେବ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର । ସେହିପରି ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର, କେନ୍ଦୁଝର, ଢେଙ୍କାନାଳରେ ରହିଛି ଅଧିକ ବର୍ଷା ସମ୍ଭାବନା ।

What's Your Reaction?

like

dislike

love

funny

angry

sad

wow