ୟୁଜିସି-ନେଟ୍ ପରୀକ୍ଷାରେ ଯୋଡି ହେଲା ‘ପରିସଂଖ୍ୟାନ’ ଏବଂ ‘ବନ ବିଜ୍ଞାନ’
ପରିବର୍ତ୍ତନ ହେଲା ୟୁଜିସି-ନେଟ୍ ପରୀକ୍ଷା । ୟୁଜିସି-ନେଟ୍ ପରୀକ୍ଷାର ବିଷୟ ତାଲିକାରେ ଅନ୍ତର୍ଭୁକ୍ତ ହେଲା ‘ପରିସଂଖ୍ୟାନ’ ଏବଂ ‘ବନ ବିଜ୍ଞାନ’ । ଏହି ଦୁଇଟି ବିଷୟରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁନ୍ ୨୦୨୬ ଅଧିବେଶନରୁ ପରୀକ୍ଷା ଦେଇପାରିବେ । ଏହି ବିଷୟଗୁଡ଼ିକର ବିସ୍ତୃତ ପାଠ୍ୟକ୍ରମ ୟୁଜିସି-ନେଟର ୱେବସାଇଟରେ ଉପଲବ୍ଧ ଅଛି । ଦୀର୍ଘ ଦିନରୁ ବିଶେଷକରି ପରିସଂଖ୍ୟାନ ବିଷୟ ପାଇଁ ଏକ ସ୍ୱତନ୍ତ୍ର ନେଟ୍ ପରୀକ୍ଷାର ଆବଶ୍ୟକତା ରହିଥିଲା, କାରଣ ପୂର୍ବରୁ ଛାତ୍ରଛାତ୍ରୀମାନେ ଗଣିତ ବିଜ୍ଞାନ ଅଧୀନରେ ପରୀକ୍ଷା ଦେବାକୁ ବାଧ୍ୟ ହେଉଥିଲେ, ଯେଉଁଠାରେ ସିଲାବସର ପ୍ରାୟ ୮୫% ଅଂଶ ପରିସଂଖ୍ୟାନ ବିଷୟ ବାହାରୁ ରହୁଥିଲା । ଏହି କାରଣରୁ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଶିକ୍ଷାବିତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରି ଏହି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଏହି ଐତିହାସିକ ନିଷ୍ପତ୍ତି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ସମୟୋଚିତ ହସ୍ତକ୍ଷେପ ଏବଂ ମାର୍ଗଦର୍ଶନକୁ ବିଶ୍ୱବିଦ୍ୟାଳୟ ସମୁଦାୟ ପକ୍ଷରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି ।
What's Your Reaction?