ୟୁଟ୍ୟୁବ ବ୍ଲଗରଙ୍କୁ ଛୁରି ଭୁସି ହତ୍ୟା

Mar 1, 2026 - 13:52
 0  0
ୟୁଟ୍ୟୁବ ବ୍ଲଗରଙ୍କୁ ଛୁରି ଭୁସି ହତ୍ୟା

ରାଜଧାନୀରେ ୟୁଟ୍ୟୁବ ବ୍ଲଗରଙ୍କୁ ଛୁରି ଭୁସି ହତ୍ୟା।ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ଜଣକ ହେଲେ ରାହୁଲ ମହାରଣା। ଶନିବାର ରାତି ପ୍ରାୟ ୧୧ଟା ୧୫ରେ ୪ରୁ ୫ ଜଣ ରାହୁଲଙ୍କୁ ଛୁରି ଭୁସି ହତ୍ୟା କରିଥିବା ମିଳିଛି ସୂଚନା। ସୂଚନା ଅନୁସାରେ, ଅମ୍ଳଜାନ ସିଲିଣ୍ଡର୍‌ କାରବାର ସହ ଜଣେ ୟୁଟୁବ୍‌ ବ୍ଲଗର୍‌ ଭାବେ ପରିଚିତ ରାହୁଲ୍‌। ପ୍ରଥମିକ ଅନୁସନ୍ଧାନ ପରେ ପୁଲିସ କହିଛି ଯେ, ଗତ ପ୍ରାୟ ଦୁଇମାସ ପୂର୍ବରୁ ରାହୁଲଙ୍କର ଏକ ବିହାରୀ ଗୋଷ୍ଠୀ ସହ କୌଣସି କାରଣରୁ ହୋଇଥିଲା ବିବାଦ। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଥାନାକୁ ଯାଇଥିଲା। ଥାନାରେ ଉଭୟ ପକ୍ଷଙ୍କୁ ଡକାଇ ବିବାଦର ଆପୋସ ସମାଧାନ କରିଥିଲା ପୁଲିସ । କିନ୍ତୁ ତା’ପରଠାରୁ ରାହୁଲଙ୍କ ସହ ଲାଗିରହିଥିଲା ବିହାରୀ ଗୋଷ୍ଠୀର ଛକାପଞ୍ଝା।

What's Your Reaction?

like

dislike

love

funny

angry

sad

wow