୧୭ ବର୍ଷ ପରେ ଫୋର୍ଟ ହୁଡ୍ କାଣ୍ଡର ଘଟିବ ଅନ୍ତ: ନିଦାଲ ହାସନଙ୍କ ମୃତ୍ୟୁଦଣ୍ଡରେ ଟ୍ରମ୍ପଙ୍କ ସ୍ବାକ୍ଷର

Oct 6, 2026 - 12:51
୧୭ ବର୍ଷ ପରେ ଫୋର୍ଟ ହୁଡ୍ କାଣ୍ଡର ଘଟିବ ଅନ୍ତ: ନିଦାଲ ହାସନଙ୍କ ମୃତ୍ୟୁଦଣ୍ଡରେ ଟ୍ରମ୍ପଙ୍କ ସ୍ବାକ୍ଷର

ହାସନ ଲେଜର-ଗାଇଡେଡ୍ ପିସ୍ତଲ ସାହାଯ୍ୟରେ ସୈନିକଙ୍କ ଉପରେ ଗୁଳି ଚଳାଇବା ପୂର୍ବରୁ ଆଲ୍ଲାହୁ ଆକବର ଚିତ୍କାର କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୩୦ ରୁ ଅଧିକ ଆହତ ହୋଇଥିଲେ। ହାସନ ପରେ କହିଥିଲେ, ସେ ଏହି ଆକ୍ରମଣ କରିଥିଲେ କାରଣ ସେ ଆମେରିକୀୟ ସୈନ୍ୟଙ୍କୁ ଆଫଗାନିସ୍ତାନକୁ ଯାଇ ସେଠାରେ ତାଙ୍କର ମୁସଲିମ ସାଥୀମାନଙ୍କୁ ହତ୍ୟା କରିବାରୁ ରୋକିବାକୁ ଚାହୁଁଥିଲେ। ତାଙ୍କ ବିଚାର ସମୟରେ, ସେ ନିଜକୁ ରକ୍ଷା କରିବାକୁ ପ୍ରାୟ କୌଣସି ଚେଷ୍ଟା କରିନଥିଲେ। ସେ ଜୁରି ସମ୍ମୁଖରେ ସ୍ୱୀକାର କରିଥିଲେ ଯେ, ସେ ଗୁଳି ଚଳାଇଥିଲେ ଏବଂ ନିଜକୁ ଜଣେ ପକ୍ଷ ପରିବର୍ତ୍ତନ କରିଥିବା ସୈନିକ ଭାବରେ ବର୍ଣ୍ଣନା କରିଥିଲେ। 

ଟେକ୍ସାସର ଫୋର୍ଟ ହୁଡ୍ ସାମରିକ ଘାଟିରେ ୧୭ ବର୍ଷ ତଳେ ୨୦୦୯ ମସିହାରେ ଗୁଳି କରି ୧୩ ଜଣଙ୍କୁ ହତ୍ୟା କରିଥିବା ସେନା ମେଜର ନିଦାଲ ମାଲିକ ହାସନଙ୍କୁ ଫାୟାରିଂ ସ୍କ୍ୱାଡ୍ ଦ୍ୱାରା ମୃତ୍ୟୁଦଣ୍ଡ ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନୁମୋଦନ କରିଛନ୍ତି। ୧୯୬୧ ମସିହା ପରଠାରୁ ଆମେରିକା ସେନା କାହାକୁ ଫାଶୀ କିମ୍ବା ଅନ୍ୟ କୌଣସି ଉପାୟରେ ମୃତ୍ୟୁଦଣ୍ଡ ଦେଇନାହିଁ। ପେଣ୍ଟାଗନ୍ ମୁଖପାତ୍ର ସିଆନ୍ ପାର୍ନେଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ, ସେନା ସଚିବ ଏବେ ମୃତ୍ୟୁଦଣ୍ଡର ତାରିଖ ଏବଂ ସ୍ଥାନ ଚୟନ କରିବେ।ପେଣ୍ଟାଗନ ମୁଖପାତ୍ର କହିଛନ୍ତି, ହାସନ ସେତେବେଳେ ଆମେରିକୀୟ ସେନାରେ ଜଣେ ମନସ୍ତାତ୍ତ୍ୱିକ ଚିକିତ୍ସକ ଥିଲେ। ୨୦୦୯ ମସିହାରେ ସେ ଫୋର୍ଟ ହୁଡ୍‌ର ଏକ ମେଡିକାଲ ସେଣ୍ଟରରେ ପହଞ୍ଚିଥିଲେ। ସେଠାରେ ସୈନିକମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଉଥିଲା। ହାସନ ହଠାତ୍ ଆଖିବୁଜା ଗୁଳିମାଡ଼ କରିଥିଲେ। 

ହାସନ ଲେଜର-ଗାଇଡେଡ୍ ପିସ୍ତଲ ସାହାଯ୍ୟରେ ସୈନିକଙ୍କ ଉପରେ ଗୁଳି ଚଳାଇବା ପୂର୍ବରୁ ଆଲ୍ଲାହୁ ଆକବର ଚିତ୍କାର କରିଥିଲେ। ଗୁଳିମାଡ଼ରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୩୦ ରୁ ଅଧିକ ଆହତ ହୋଇଥିଲେ। ହାସନ ପରେ କହିଥିଲେ, ସେ ଏହି ଆକ୍ରମଣ କରିଥିଲେ କାରଣ ସେ ଆମେରିକୀୟ ସୈନ୍ୟଙ୍କୁ ଆଫଗାନିସ୍ତାନକୁ ଯାଇ ସେଠାରେ ତାଙ୍କର ମୁସଲିମ ସାଥୀମାନଙ୍କୁ ହତ୍ୟା କରିବାରୁ ରୋକିବାକୁ ଚାହୁଁଥିଲେ। ତାଙ୍କ ବିଚାର ସମୟରେ, ସେ ନିଜକୁ ରକ୍ଷା କରିବାକୁ ପ୍ରାୟ କୌଣସି ଚେଷ୍ଟା କରିନଥିଲେ। ସେ ଜୁରି ସମ୍ମୁଖରେ ସ୍ୱୀକାର କରିଥିଲେ ଯେ, ସେ ଗୁଳି ଚଳାଇଥିଲେ ଏବଂ ନିଜକୁ ଜଣେ ପକ୍ଷ ପରିବର୍ତ୍ତନ କରିଥିବା ସୈନିକ ଭାବରେ ବର୍ଣ୍ଣନା କରିଥିଲେ।

ଟ୍ରମ୍ପଙ୍କ ଅନୁମୋଦନର ଅର୍ଥ ନୁହେଁ ଯେ, ହାସନଙ୍କୁ ତୁରନ୍ତ ମୃତ୍ୟୁଦଣ୍ଡ ଦିଆଯିବ। ରାୟ ପରେ ଅନେକ ଆଇନଗତ ଏବଂ ପ୍ରଶାସନିକ ପ୍ରକ୍ରିୟା ସମାପ୍ତ ହେବାକୁ ବାକି ଅଛି। ହାସନ ଆମେରିକାର ଫେଡେରାଲ କୋର୍ଟରେ ଏକ ହେବିଅସ୍ କର୍ପସ୍ ଆବେଦନ ଦାଖଲ କରି ପ୍ରକ୍ରିୟାକୁ ଦୀର୍ଘ ସମୟ ପାଇଁ ଅଟକାଇବାକୁ ଚେଷ୍ଟା କରିପାରନ୍ତି। ମେ’ ମାସରେ ପ୍ରକାଶିତ ଏକ ସେନା ଆଇନଜୀବୀଙ୍କ ରିପୋର୍ଟ ଅନୁଯାୟୀ, ଏପରି ଆଇନଗତ ଲଢ଼େଇ ବର୍ଷ ବର୍ଷ ଧରି ଚାଲିପାରେ। ଆମେରିକାର ସାମରିକ ନ୍ୟାୟ ବ୍ୟବସ୍ଥାରେ ମୃତ୍ୟୁଦଣ୍ଡ ପ୍ରଦାନ ଅତ୍ୟନ୍ତ ବିରଳ, ଏବଂ ଏହାର କାର୍ୟ୍ୟରେ ପରିଣତ କରିବା କଷ୍ଟକରବ୍ୟାପାର। ବର୍ତ୍ତମାନ ହାସନ ସମେତ ସେନାର ଚାରି ଜଣଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରାଯାଇଛି। ସେମାନଙ୍କୁ କାନସାସର ଫୋର୍ଟ ଲିଭେନୱର୍ଥରେ ରଖାଯାଇଛି। ପୂର୍ବରୁ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ୨୦୦୮ରେ ସେନା ସୈନିକ ରୋନାଲ୍ଡ ଗ୍ରେଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଅନୁମତି ଦେଇଥିଲେ। ତେବେ ଜଣେ ବିଚାରପତିଙ୍କ ନିର୍ଦ୍ଦେଶ ସେହି ମୃତ୍ୟୁଦଣ୍ଡରେ ରୋକ ଲାଗୁ ହୋଇଥିଲା। ଗ୍ରେ ଫୋର୍ଟ ଲିଭେନୱର୍ଥରେ ବନ୍ଦୀ ଅଛନ୍ତି। ଏହା ସ୍ପଷ୍ଟ କରୁଛି ଯେ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ମଧ୍ୟ ସାମରିକ ମୃତ୍ୟୁଦଣ୍ଡ କାର୍ୟ୍ୟକାରୀ କରିବାର ପ୍ରକ୍ରିୟା ଲମ୍ବା ଆଇନଗତ ଲଢ଼େଇରେ ଫସିପାରେ। ଗତ ୬୫ ବର୍ଷ ଧରି ଦେଶରେ କୌଣସି ସାମରିକ ମୃତ୍ୟୁଦଣ୍ଡ କାର୍ୟ୍ୟକାରୀ ହୋଇନାହିଁ। ଆମେରିକୀୟ ସେନାରେ ଶେଷ ମୃତ୍ୟୁଦଣ୍ଡ ୧୯୬୧ ମସିହାରେ ଦିଆଯାଇଥିଲା। ଜଣେ ୧୧ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବାରୁ ପ୍ରାଇଭେଟ୍ ଜନ୍ ବେନେଟ୍‌ଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେବେଠାରୁ ଆମେରିକୀୟ ସେନାରେ କୌଣସି ମୃତ୍ୟୁଦଣ୍ଡ ଦିଆଯାଇନାହିଁ। ଟ୍ରମ୍ପ୍ ମୃତ୍ୟୁଦଣ୍ଡ ନୀତିକୁ ନବୀକରଣ କରିଛନ୍ତି । ହାସନଙ୍କ ମୃତ୍ୟୁଦଣ୍ଡ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାରେ ପୁଣି ଥରେ ମୃତ୍ୟୁଦଣ୍ଡ ଉପରେ ବିତର୍କ ଜୋର ଧରିଛି। ତାଙ୍କ ପୂର୍ବ କାର୍ୟ୍ୟକାଳରେ, ଟ୍ରମ୍ପ୍ ସଂଘୀୟ ସ୍ତରରେ ମୃତ୍ୟୁଦଣ୍ଡ ଉପରେ ଏକ ଅନୌପଚାରିକ ସ୍ଥଗିତ ପ୍ରତ୍ୟାହାର କରିଥିଲେ। ୨୦୨୦ ରୁ ୨୦୨୧ ଆରମ୍ଭ ପର୍ୟ୍ୟନ୍ତ ସଂଘୀୟ ସରକାର ୧୩ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ମୃତ୍ୟୁଦଣ୍ଡ ଟ୍ରମ୍ପଙ୍କୁ ୧୩୦ ବର୍ଷରୁ ଅଧିକ ସମୟ ମଧ୍ୟରେ ସର୍ବାଧିକ ମୃତ୍ୟୁଦଣ୍ଡ ପାଇଁ ଅନୁମତି ଦେଇଥିବା ଆମେରିକାର ରାଷ୍ଟ୍ରପତିମାନଙ୍କ ମଧ୍ୟରୁ ଜଣେ ପାଲଟିଥିଲେ। 

What's Your Reaction?

like

dislike

love

funny

angry

sad

wow